୮ ଘଣ୍ଟାରେ ଅକ୍ସିଜେନ ସମସ୍ୟାକୁ ସମାଧାନ କରି ୨୫୦ ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଜିଲ୍ଲାପାଳ

ପୂର୍ଣ୍ଣିଆ: ମେ ୧୨ ତାରିଖ, ସକାଳ ୩ଟା ୩୦ ମିନିଟ | ହଠାତ ବିହାରର ପୂର୍ଣ୍ଣିଆ ମେଡିକାଲରେ ଥିବା ଅକ୍ସିଜେନ ପ୍ଲାଣ୍ଟ ଅଚଳ ହୋଇଗଲା | ଆଉ ସମଗ୍ର ଜିଲ୍ଲା ପାଇଁ ଆବଶ୍ୟକ ଅକ୍ସିଜେନ ଏହି ପ୍ଲାଣ୍ଟରୁ ଯାଉଥିବାରୁ ଉଭୟ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ହାହାକାର ଦେଖାଦେଲା | କାରଣ ପୂର୍ଣ୍ଣିଆ ଜିଲ୍ଲାରେ ୨୫୦ ଜଣ କରୋନା ରୋଗୀ ଥିଲେ ଯେଉଁମାନେ ଆଇସିୟୁରେ ରହି ଅମ୍ଳଜାନ ନେଉଥିଲେ | ଆଉ ଅମ୍ଳଜାନ ଠିକ ସମୟରେ ନ ପହଁଚିଲେ ଏହି ମାନଙ୍କର ଜୀବନ ଚାଲିଯିବାର ଭୟ ଥିଲା | ଏହି ଖବର ଯେତେବେଳେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲା ସେତେବେଳେ ସେ ଦେବଦୁତ ଭଳି ପହଂଚି ମାତ୍ର ୮ ଘଣ୍ଟା ମଧ୍ୟରେ ଅକ୍ସିଜେନ ଯୋଗାଡ କରିଦେଇଥିଲେ |

ଆଉ ପ୍ରାୟ ୨୫୦ ଜଣ ରୋଗୀଙ୍କ ଜୀବନ ବଂଚାଇଦେଇଛନ୍ତି | ଆଜି ଆମେ ବିହାରର ପୂର୍ଣ୍ଣିଆ ଜିଲ୍ଲାର ଜିଲ୍ଲାପାଳ ରାହୁଲ କୁମାରଙ୍କ ବାବଦରେ କହିବୁ ଯାହାଙ୍କ ଉପସ୍ଥିତି ବୁଦ୍ଧି ଓ କାର୍ଯ୍ୟଦକ୍ଷତା ଯୋଗୁଁ ଶତାଧିକ ରୋଗୀଙ୍କ ଜୀବନ ବଞ୍ଚିଯାଇପାରିଛି | ଜିଲ୍ଲାପାଳ ଯେତେବେଳେ ଅମ୍ଳଜାନ ସଙ୍କଟ ବାବଦରେ ଜାଣିଥିଲେ ସେ ତୁରନ୍ତ ଟେଲିଫୋନ୍ କରି ବିଭିନ୍ନ ଜିଲ୍ଲା ତଥା ନିକଟସ୍ଥ ସରକାରୀ ଡାକ୍ତରଖାନାରୁ ଅମ୍ଳଜାନ ସିଲିଣ୍ଡର ମଗାଇଥିଲେ | ଆଉ ଅମ୍ଳଜାନ ସିଲିଣ୍ଡର ମଗାଇ ପୂର୍ଣ୍ଣିଆରେ ଥିବା ସଦର ହସ୍ପିଟାଲ ଏବଂ ଘରୋଇ ଡାକ୍ତରଖାନାକୁ ଆବଶ୍ୟକତା ଅନୁଯାୟୀ ଅମ୍ଳଜାନ ପଠାଇଥିଲେ।

ଜିଲ୍ଲାପାଳ ରାହୁଲ କୁମାର କହିଛନ୍ତି ଯେ ବୁଧବାର ସକାଳେ ବେଲୁରୀର ଲାଇଫ୍ ଲାଇନ୍ ଅମ୍ଳଜାନ କାରଖାନାରେ ହଠାତ୍ ଏକ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଯେଉଁଥିପାଇଁ ଅମ୍ଳଜାନ ଉତ୍ପାଦନ ବନ୍ଦ ହୋଇଯାଇଥିଲା | ତେବେ ଏହି ସମୟ ମଧ୍ୟରେ ସିଲିଗୁରି, ସୁପାଲ ସମେତ ଅନେକ ଜିଲ୍ଲାରୁ ଅମ୍ଳଜାନ ଅଣାଯାଇଥିଲା | ସୂଚନା ଥାଉ କି ପ୍ଲାଣ୍ଟରେ ମରାମତି ପରେ, ଅକ୍ସିଜେନ୍ ପ୍ଲାଣ୍ଟ ରାତି ୮ଟା ସୁଦ୍ଧା ପୁନଃ ଆରମ୍ଭ ହୋଇଥିଲା | ଏହି ପ୍ଲାଣ୍ଟରେ ପ୍ରତିଦିନ ୩୫୦ ସିଲିଣ୍ଡର ଅମ୍ଳଜାନ ଉତ୍ପାଦନ ହୋଇଥାଏ |

The post ୮ ଘଣ୍ଟାରେ ଅକ୍ସିଜେନ ସମସ୍ୟାକୁ ସମାଧାନ କରି ୨୫୦ ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଜିଲ୍ଲାପାଳ first appeared on Sambad.

from ବିଶେଷ | Sambad https://ift.tt/3bqfGIt

Post a Comment

0 Comments