୧୦%ରୁ ଅଧିକ ପଜିଟିଭ୍‌ ହାର ଥିବା ଜିଲ୍ଲା ଲକ୍‌ଡାଉନ୍‌ ହେବା ଜରୁରୀ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି ଦେଖାଦେଇଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣର ଅଣାୟତ୍ତ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ବିଗତ କିଛି ସପ୍ତାହ ହେଲା ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ପରି କଟକଣା ଜାରି ରହିଛି। ତେବେ ଏହା କେତେ ଦିନ ଯାଏ ଲାଗୁ ହେବ ବୋଲି ଅନେକଙ୍କୁ ଅନ୍ଦୋଳିତ କରିଚାଲିଛି। ମାତ୍ର ପରିସ୍ଥିତିକୁ ସମ୍ପୂର୍ଣ୍ଣ କାବୁ ନକରିବା ଯାଏ ଏଭଳି କଟକଣା ଅପରିହାର୍ଯ୍ୟ ବୋଲି ଚର୍ଚ୍ଚା ହେଉଛି। ଏ ପରିପ୍ରେକ୍ଷୀରେ ଦେଶର ଯେଉଁ ଜିଲ୍ଲାଗୁଡ଼ିକରେ ପରୀକ୍ଷିତ ହେଉଥିବା ନମୁନା ତୁଳନାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହୁଛି ସେଠାରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରଖିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ମୁଖ୍ୟ ଡା. ବଳରାମ ଭାର୍ଗବ ପରାମର୍ଶ କରିଛନ୍ତି।

ତେବେ ସଂପୃକ୍ତ ଜିଲ୍ଲାଗୁଡ଼ିକର ପଜିଟିଭ୍‌ ହାର ୫ ପ୍ରତିଶତ ଆଡ଼କୁ ଖସି ଆସିଲେ ସେଠାରେ ଲକ୍‌ଡାଉନ୍‌ ହଟାଇ ନିଆଯାଇପାରିବ ବୋଲି ସେ କହିଛନ୍ତି। ତେବେ ଏପରି ଅଧିକ ସଂକ୍ରମଣ ଥିବା ସ୍ଥାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ନକଲେ ୬/୮ ସପ୍ତାହ ଭିତରେ ଏପରି ଅନୁକୂଳ ସ୍ଥିତି ଆସିବନି ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ସେହିପରି ଡା. ଭାର୍ଗବ ମହାମାରୀ ମୁକାବିଲା ପାଇଁ ମୋଦୀ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମାଲୋଚନା କରିନଥିଲେ ହେଁ ସେସବୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଗଲା ବୋଲି କହିଛନ୍ତି।

The post ୧୦%ରୁ ଅଧିକ ପଜିଟିଭ୍‌ ହାର ଥିବା ଜିଲ୍ଲା ଲକ୍‌ଡାଉନ୍‌ ହେବା ଜରୁରୀ: ଆଇସିଏମ୍‌ଆର୍‌ first appeared on Sambad.

from ବିଶେଷ | Sambad https://ift.tt/33Liv2A

Post a Comment

0 Comments