ପାରାମେଡିକାଲ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚିଗଲା ମା’ ଓ ଶିଶୁର ଜୀବନ

ନୂଆଦିଲ୍ଲୀ: ବୁଧବାର ଜଣେ କରୋନା ପଜିଟିଭ ଅନ୍ତସତ୍ତ୍ବାଙ୍କୁ ଆସାମର ଜୋରହାଟ ଜିଲ୍ଲାର ଜୋରହାଟ ମେଡିକାଲ କଲେଜ ହସପିଟାଲକୁ ନିଆଯାଇଥିବା ବେଳେ ବାଟ‌ରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ପାରାମେଡିକାଲ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଉଭୟ ମା’ ଓ ଶିଶୁଙ୍କ ଜୀବନ ବଞ୍ଚି ଯାଇଛି।

ପ୍ରସବ ପରେ ଶିଶୁଟିର କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ତାର ରିପୋର୍ଟ ନେଗେଟିଭ ଆସିଥିଲା।  ପ୍ରସବ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

ମହିଳା ଜଣକ ଜୋରହାଟ ସହରଠାରୁ ପ୍ରାୟ ୨୩ କିଲୋମିଟର ଦୂରରେ ଥିବା ଭୋଗାମୁଖ ସିଣ୍ଟାମୋନିଗଡ ଗ୍ରାମରେ ତାଙ୍କ ପିତାମାତାଙ୍କ ଘରକୁ ଆସିଥିଲେ। ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା।  ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ତାଙ୍କୁ ପ୍ରଥମେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ତାଙ୍କୁ ଆମ୍ବୁଲାନ୍ସରେ ଜୋରହାଟ ମେଡିକାଲ କଲେଜକୁ ପଠା ଯାଇଥିଲା।

ବାଟରେ ମହିଳାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ପାରାମେଡିକ୍ କର୍ମଚାରୀମାନେ ଡାକ୍ତରଖାନା ପହଞ୍ଚିବାକୁ ଅପେକ୍ଷା ନକରି ତୁରନ୍ତ ପ୍ରସବ କରିବାକୁ ନିଷ୍ପତ୍ତି ନେଇଥିଲେ। ରାସ୍ତା କଡ଼ରେ ଆମ୍ବୁଲାନ୍ସ ପାର୍କିଂ କରାଯାଇ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଯାଇଥିଲା। ପ୍ରସବ ପରେ ଆମ୍ବୁଲାନ୍ସ ମହିଳା ଏବଂ ନବଜାତ ଶିଶୁକୁ ଧରି ହସ୍ପିଟାଲ ଯାଇଥିଲା। ମହିଳାଙ୍କୁ କୋଭିଡ ୱାର୍ଡରେ ରଖାଯାଇଥିବା ବେଳେ ନବଜାତ ଶିଶୁକୁ ଅନ୍ୟ ଏକ ୱାର୍ଡରେ ରଖାଯାଇଛି।

 

The post ପାରାମେଡିକାଲ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ବଞ୍ଚିଗଲା ମା’ ଓ ଶିଶୁର ଜୀବନ first appeared on Sambad.

from ବିଶେଷ | Sambad https://ift.tt/3bqRsOi

Post a Comment

0 Comments