
ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଲୋକମାନେ ନିଜ ସାମର୍ଥ୍ୟ ଅନୁଯାଇ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। କିଏ ନିଜ ଝିଅ ବାହାଘର ପାଇଁ ରଖିଥିବା ଟଙ୍କାକୁ ଅକ୍ସିଜେନ ସିଲିଣ୍ଡର କିଣିବାକୁ ଦାନ କଲାଣି ତ ଆଉ କି ନିଜ ସଞ୍ଚୟରୁ କିଛି । ଏଭଳି କ୍ରମରେ ଅମରଜିତ ସିଂହଙ୍କ ନାମ ବି ସାମିଲ ହୋଇଛି। ସେ ନିଜ ପିଲାଙ୍କ ପାଠପଢ଼ା ପାଇଁ ସଞ୍ଚୟ କରି ରଖିଥିବା ଅର୍ଥକୁ ଅକ୍ସିଜେନ ଆମ୍ବୁଲାନ୍ସ ସେବାରେ ଲଗାଇ ଦେଇଛନ୍ତି।
ତାଙ୍କୁ ଏସମ୍ପର୍କରେ ପଚାରିବାରୁ ଅମରଜିତ କହିଥିଲେ, ‘ମୁଁ ସାଧୁ ନୁହେଁ କି କିଛି ବି ନୁହେଁ। ମୁଁ କେବଳ ଛୋଟ କାମ କରୁଛି। ମୋ ପାଖରେ ସମୟ ନାହିଁ । ମୁଁ ଜଣେ ରୋଗୀଙ୍କୁ ନେଇ ଏମ୍ସ ଯାଉଛି। ସମୟ ମିଳିଲେ ପୁଣି କଥା ହେବି। କିନ୍ତୁ ଏହା ଜଣାନାହିଁ କେତେବେଳେ ସମୟ ମିଳିବ। ଅଧା ରାତି ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଛି।’

କରୋନା ମହାମାରୀ ପୂର୍ବରୁ ଅମରଜିତ ସ୍କୁଲ କ୍ୟାବ ଚାଳକ ଥିଲେ। ସମ୍ପ୍ରତି ସେ ୨୪ଘଣ୍ଟା ଲୋକଙ୍କୁ ନିଜର ଅକ୍ସିଜେନ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ ତାଙ୍କ କାରରେ ଅକ୍ସିଜେନ ସିଲିଣ୍ଡର ଖଞ୍ଜିଛନ୍ତି। ଏହାଦ୍ବାରା ସେ ଲୋକଙ୍କ ଜୀବନ ବଞ୍ଚାଇ ପାରୁଛନ୍ତି।
ଅମରଜିତ ନିଜ ପିଲାଙ୍କପାଠପଢ଼ା ପାଇଁ ୭ରୁ୮ଲକ୍ଷ ଟଙ୍କା ସଞ୍ଚୟ କରି ରଖିଥିଲେ। କିନ୍ତୁ କରୋନା ସମୟରେ ଲୋକମାନେ ଅକ୍ସିଜେନ ଆମ୍ବୁଲାନ୍ସ ପାଇଁ ଯେଭଳି ଭାବେ ଡହଳବିକଳ ହେଉଛନ୍ତି। ତାହା ସେ ଦେଖି ପାରିଲେ ନାହିଁ । ତେଣୁ ସେ ଉକ୍ତ ଟଙ୍କାକୁ ଅକ୍ସିଜେନ ଆମ୍ବୁଲାନ୍ସ ସେବାରେ ଲଗାଇ ଦେଇଥିଲେ। ତାଙ୍କ କହିବାନୁସାରେ ସେ ଟଙ୍କା ଭଗବାନଙ୍କ କୃପାରୁ ମିଳିଥିଲା। ପୁଣି ମିିଳିବ।
The post ପିଲାଙ୍କ ପାଠପଢ଼ା ପାଇଁ ରଖିଥିବା ଟଙ୍କାକୁ କରୋନା ରୋଗୀଙ୍କ ସାହାଯ୍ୟ ପାଇଁ ଅକ୍ସିଜେନ ଆମ୍ବୁଲାନ୍ସ ସେବାରେ ଲଗାଇଦେଲେ ଏହି ବ୍ୟକ୍ତି first appeared on Sambad.from ବିଶେଷ | Sambad https://ift.tt/2RxahZd
0 Comments