
ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ୩ଲକ୍ଷରୁ ଅଧିକ କରୋନା ମାମଲା ଆସୁଛି। ଏହାକୁ ଦୃଷ୍ଟିରେ ରଖି ଗଲା ବର୍ଷ ଭଳି ଏବର୍ଷ ବି ଅନେକ ସ୍ଥାନରେ ଲକଡାଉନ ଲାଗୁ କରାଯାଇଛି। ସରକାର ଲୋକମାନଙ୍କୁ ଟିକା ନେବା ପାଇଁ ଅନୁରୋଧ କରୁଛନ୍ତି। ଏଭଳି କ୍ରମରେ ଅନେକ ବୃଦ୍ଧଲୋକେ କରୋନା ଟିକା ନେବାକୁ ଆଗେଇ ଆସିଛନ୍ତି। ତେବେ ଏଭଳି ପରିସ୍ଥିତିରେ କେତେକ ବୃଦ୍ଧଲୋକ ଅଛନ୍ତି ଯେଉଁମାନଙ୍କୁ ଟିକା କେନ୍ଦ୍ରକୁ ଯିବାକୁ ଅସୁବିଧା ହେଉଛି।
ଏଭଳି ଲୋକଙ୍କ ସାହାଯ୍ୟ ପାଇଁ ପୁଲିସକର୍ମୀ ଆଗେଇ ଆସିଛନ୍ତି। ଏହି କ୍ରମରେ ଏକ ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟରେ ଜଣେ ପୁଲିସ କର୍ମଚାରୀ ଜଣେ ବୃଦ୍ଧାଙ୍କୁ କୋଳେଇ ଟିକା କେନ୍ଦ୍ରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି।ପୁଲିସ କର୍ମଚାରୀ ଜଣକ ଯେଉଁ ବୃଦ୍ଧାଙ୍କୁ ସାହାଯ୍ୟ କରିଛନ୍ତି କୁହାଯାଉଛି କି, ଦିଲ୍ଲୀରେ ଉକ୍ତ ବୃଦ୍ଧା ମହିଳା ଜଣକ ଚାଲି ପାରୁ ନଥିଲେ। ଏଭଳି ପରିସ୍ଥିତିରେ କନେଷ୍ଟବଳ କୂଳଦୀପ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେ ବୃଦ୍ଧାଙ୍କୁ କୋଳେଇ ନେଇ ଟିକା କେନ୍ଦ୍ରରେ ପହଞ୍ଚିଯାଇଥିଲେ।
କେବଳ ଏତିକି ନୁହେଁ, ସେ ବୃଦ୍ଧାଙ୍କୁ ହୁଇଲ ଚେୟାରରେ ବସାଇ ଟିକା କେନ୍ଦ୍ରରେ ସମସ୍ତ ପ୍ରକ୍ରିୟା ଶେଷ କରିଥିଲେ। ଏଥିସହିତ ପୁଲିସ କର୍ମଚାରୀ ଜଣକ ଉକ୍ତ ବୃଦ୍ଧଙ୍କୁ ଘରେ ଛାଡ଼ି ଦେଇଥିଲେ।
ଆଇପିଏସ ଅଫିସର ଅଙ୍କିତା ଶର୍ମା ଫଟୋ ସେୟାର କରି ଲେଖିଛନ୍ତି, ‘ମୋତେ ଗର୍ବ ହେଉଛି ମୁଁ ଏହି ସେବାରେ ଅଛି। ଯେଉଁଥିରେ ଏତେ ସୁନ୍ଦର ହୃଦୟ ଥିବା କନେଷ୍ଟବଳ ଓ ଯବାନ ଅଛନ୍ତି।’ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋକୁ ଦେଖିବା ପରେ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଦେଇଛନ୍ତି।
The post ଚାଲି ପାରୁ ନଥିବା ବୃଦ୍ଧାଙ୍କୁ କୋଳେଇ ନେଇ ଟିକା କେନ୍ଦ୍ରରେ ପହଞ୍ଚାଇଲେ କନେଷ୍ଟବଳ first appeared on Sambad.from ବିଶେଷ | Sambad https://ift.tt/3wgZscC
0 Comments