ହୃଦୟସ୍ପର୍ଶୀ ଦୃଶ୍ୟ: ଦେଖନ୍ତୁ ପାଣି ପିଇବା ପରେ କିପରି ପାଣି ଟ୍ୟାପକୁ ବନ୍ଦ କରି ଯାଉଛି ମାଙ୍କଡ଼

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ପଶୁପକ୍ଷୀଙ୍କ ଅନେକ ମଜାଳିଆ ଭିଡିଓ ପୋଷ୍ଟ ହୋଇଥାଏ। ଯାହାକୁ ଦେଖିବାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ପସନ୍ଦ ବି କରିଥାଆନ୍ତି।

ନିକଟରେ ମାଙ୍କଡ଼ର ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଦେଖିବାକୁ ମିଳୁଛି ଶୋଷିଲା ମାଙ୍କଡ଼ ପାଣି ଟ୍ୟାପ ଖୋଲି ପାଣି ପିଉଛି। ଆଉ ପାଣି ପିଇ ସାରିବା ପରେ ସୁନ୍ଦର ଭାବେ ପାଣି ଟ୍ୟାପକୁ ବନ୍ଦ କରି ଘଟଣାସ୍ଥଳରୁ ଚାଲି ଯାଉଛି।
ଏହି ଭିଡିଓ ଦେଖି ଲାଗୁଛି ମାଙ୍କଡ଼ ହେଲେ ବି ତାର କେତେ ବୁଦ୍ଧି। ସେ ବି ପାଣିର ମୂଲ୍ୟ କ’ଣ ତାହା ବୁଝିଛି। କିନ୍ତୁ ଅନେକ ସମୟରେ ଏମିତି ବି ଲୋକେ ଅଛନ୍ତି ଯେଉଁମାନେ ପାଣି ବୋହି ଯାଉଥିବା ଦେଖି ବି ଟ୍ୟାପ ବନ୍ଦ କରନ୍ତି ନାହିଁ। ଏଭଳି ଲୋକଙ୍କୁ ଏହି ମାଙ୍କଡ଼ ଠାରୁ କିଛି ଶିଖିବାର ଅଛି।

 

ମାଙ୍କଡ଼ର ଏହି ହୃଦୟସ୍ପର୍ଶୀ ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ସେୟାର କରିଛନ୍ତି। ଆଉ ଭିଡଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ହୃଦୟସ୍ପର୍ଶୀ ଦୃଶ୍ୟ: ଦେଖନ୍ତୁ ପାଣି ପିଇବା ପରେ କିପରି ପାଣି ଟ୍ୟାପକୁ ବନ୍ଦ କରି ଯାଉଛି ମାଙ୍କଡ଼ first appeared on Sambad.

from ବିଶେଷ | Sambad https://ift.tt/2Rup4Uw

Post a Comment

0 Comments