
ଫିଲିପିନ୍ସର ରାଜଧାନୀ ମାନିଲାରେ ବାସସ୍ଥାନର ଘୋର୍ ଅଭାବ ଯୋଗୁଁ ଗରିବ ଲୋକେ କବରସ୍ତାନରେ ବାସ କରିବାକୁ ବାଧ୍ୟ ହେଉଛନ୍ତି। ସ୍ୱପ୍ନ ନେଇ ସହରକୁ ଆସୁଥିବା ଲୋକଙ୍କ ଅଭାବ କେଉଁଠି ବା ନାହିଁ! ତେବେ, ସମସ୍ତଙ୍କ ସ୍ୱପ୍ନ ସାକାର ହୁଏନା। ମହାନଗରୀରେ ବିଫଳ ହେଲେ, ଅନେକଙ୍କୁ ବସ୍ତି ସୁଦ୍ଧା ପ୍ରାପ୍ତ ହୁଏନାହିଁ; ରାସ୍ତା କଡ଼ରେ ଆଶ୍ରୟ ନେବାକୁ ପଡ଼େ। ଭାରତୀୟମାନେ କବରସ୍ତାନକୁ ଭୟ କରୁଥିବାରୁ ରାସ୍ତା କଡ଼କୁ ବାଛୁଛନ୍ତି। ଫିଲିପିନୀୟଙ୍କ କଥା ଅଲଗା। ଭୂତ-ପ୍ରେତ ଭୟ ସେମାନଙ୍କୁ ଘାରେନାହିଁ। ନ ହେଲେ କ’ଣ ଶ୍ମଶାନରେ ବାସ କରୁଥାଆନ୍ତେ!
ମାନିଲାର ସବୁଠାରୁ ବଡ଼ କବରସ୍ତାନର ଲୋକସ˚ଖ୍ୟା କୌଣସି ବଡ଼ ଗାଁଠାରୁ କମ୍ ନୁହେଁ। ପ୍ରାୟ ଦଶ ହଜାର ଲୋକ ସେଠାରେ ରହୁଛନ୍ତି। କେବଳ ଯେ, ବାସ କରୁଛନ୍ତି, ତାହା ନୁହେଁ; ସେମାନେ କବରସ୍ତାନକୁ ବଜାରରେ ପରିଣତ କରିଛନ୍ତି। ଶୁଖୁଆଠାରୁ ଆରମ୍ଭ କରି ହକ୍କା ନୁଡଲ୍ ପର୍ଯ୍ୟନ୍ତ ସବୁ ସେଠାରେ ମିଳୁଛି। କବରସ୍ତାନ ଭିତରେ ଏକାଧିକ ଭୋଜନାଳୟ ଚାଲିଛି। କବରସ୍ତାନରେ ରହୁଥିବା ପିଲାମାନେ କଫିନ୍ ବୋହିବା ଭଳି କାର୍ଯ୍ୟରେ ନିୟୋଜିତ। ବୟସ୍କ ଲୋକେ କଫିନ୍ ମରାମତି ଏବ˚ ରକ୍ଷଣାବେକ୍ଷଣ କାର୍ଯ୍ୟରେ ଲିପ୍ତ। କବରସ୍ତାନ ଖାଲି କରିବା ପାଇଁ ପ୍ରଶାସନର ଆଗ୍ରହ ନାହିଁ।
The post କବରସ୍ତାନରେ ଜୀବନ first appeared on Sambad.from ବିଶେଷ | Sambad https://ift.tt/2Rb7THp
0 Comments