ଲକଡାଉନରେ ଘରେ ବସି ବୋର ହେଉଥିବା ଲୋକଙ୍କୁ ପୁଲିସ ବାବୁ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି। ଏଥିସହିତ ଲୋକମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ ବି କରାଯାଉଛି। କାରଣ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ଦ୍ବାରା ହିଁ ସଂକ୍ରମଣକୁ ରୋକା ଯାଇପାରିବ।

ପୁଲିସ ବି ଲୋକମାନଙ୍କୁ କୋଭିଡ-୧୯ ପାଇଁ ଲାଗୁ କରାଯାଇଥିବା କଟକଣାକୁ ପାଳନ କରିବାକୁ କ୍ରମାଗତ ଭାବେ ବୁଝାଇ ଆସୁଛି। ଏହି କ୍ରମରେ ଆଇପିଏସ ଅଫିସର ଧ୍ରୁମନ ନିମ୍ବଲେ ଜଣେ ପୁଲିସ କର୍ମଚାରୀଙ୍କ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଲକଡାଉନରେ ଘରେ ବସି ବୋର ହେଉଥିବା ଲୋକଙ୍କୁ ବାସ୍ତବରେ ସତ କ’ଣ ତାହା ଜଣାଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଭିଡିଓରେ ପୁଲିସ କର୍ମଚାରୀଜଣକ କହୁଛନ୍ତି, ‘ଘରେ ରହି ଯଦି ବୋର ହେଉଛ, ତେବେ ହସ୍ପିଟାଲରେ ଆହୁରି ଅଧିକ ବୋର ହେବ। କାନ୍ଥରେ ଯେ‌ତେବେଳେ ଫଟୋ ଟଙ୍ଗା ଯିବ ସେଠାରୁ ତ ହଲିବି ପାରିବ ନାହିଁ।’ ଆଇପିଏସ ଅଫିସର ଏହି ଭିଡିଓ ସେୟାର କରି ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

 

ସେ ଲେଖିଛନ୍ତି, ‘କଠୋର…, କଡ଼ୱା…,ମଜାଦାର….କିନ୍ତୁ ଏହା ସତ। ନିଜର ତଥା ନିଜ ପରିବାର ସୁରକ୍ଷା ସୁନିଶ୍ଚିତ କରନ୍ତୁ। ଘରେ ରହୁନ୍ତୁ। ସୁରକ୍ଷିତ ରୁହନ୍ତୁ।’

ଏହି ଭିଡିଓକୁ ସେ ମଇ ୯ ତାରିଖରେ ସେୟାର କରିଥିଲେ। ଯାହାକୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୪ହଜାରରୁ ଅଧିକ ଲୋକ ଦେଖି ସାରିଥିଲେ।

The post ଲକଡାଉନରେ ଘରେ ବସି ବୋର ହେଉଥିବା ଲୋକଙ୍କୁ ପୁଲିସ ବାବୁ କହିଲେ ଏଭଳି କଥା first appeared on Sambad.

from ବିଶେଷ | Sambad https://ift.tt/3biDgqy

Post a Comment

0 Comments