ସମୁଦ୍ରରୁ ମିଳିଲା ଦୁର୍ଲଭ ମାଛ; ୭୨ଲକ୍ଷ ଟଙ୍କାରେ ହେଲା ବିକ୍ରି

ପାକିସ୍ତାନ: ପାକିସ୍ତାନ ଧୀବର ସାଜିଦ ହାଜି ଅବାବକର ୪୮କିଲୋଗ୍ରାମର ବୃହତକାୟ କ୍ରୋକେର ପ୍ରଜାତିର ମାଛ ଧରି ରାତାରାତି ଲକ୍ଷପତି ହୋଇଯାଇଛନ୍ତି। ଏହି ମାଛକୁ ସେ ପାକିସ୍ତାନ ମୁଦ୍ରାରେ ୭୨ଲକ୍ଷ ଟଙ୍କାରେ ବିକ୍ରି କରିଥିବା କୁହାଯାଉଛି। ଏହାର ଭାରତୀୟ ମୂଲ୍ୟ ୩୩ଲକ୍ଷ ଟଙ୍କା ରହିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଏଭଳି ଏକ ମାଛକୁ ଜଣେ ମାଛଧରାଳୀ ୮୬ଟଙ୍କାରେ ବିକ୍ରି କରିଥିଲେ।

पानी में मिली दुर्लभ मछली

ତେବେ ଆରବସାଗରର ଗ୍ବାଦର ଅଞ୍ଚଳରେ ମାଛ ଧରିବା ସମୟରେ ସାଜିଦଙ୍କୁ ଏହି ବରଳ ମାଛ ମିଳିଥିବା ମତ୍ସ୍ୟ ସମ୍ପଦ ନିର୍ଦେଶକ ମହମ୍ମଦ ନଦିମ ସୂଚନା ଦେଇଛନ୍ତି।

କ୍ରୋକେର ପ୍ରଜାତିର ମାଛକୁ ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ ବୋଲି ମେରାଇନ ବାୟୋଲୋଜିଷ୍ଟ ଅବଦୁଲ ରହିମ ବଲୋଚ କହିଛନ୍ତି। ଏଭଳି ମାଛର ୟୁରୋପ ଓ ଚୀନରେ ବହୁତ ଚାହିଦା ରହିଛି। କ୍ରୋକେର ମାଛକୁ ସର୍ଜରୀ ପାଇଁ ବି ବ୍ୟବହାର କରାଯାଇଥାଏ। ଏହି କାରଣରୁ ଏହାର ଏପରି ଚଢ଼ା ଦର ରହିଛି।

The post ସମୁଦ୍ରରୁ ମିଳିଲା ଦୁର୍ଲଭ ମାଛ; ୭୨ଲକ୍ଷ ଟଙ୍କାରେ ହେଲା ବିକ୍ରି first appeared on Sambad.

from ବିଶେଷ | Sambad https://ift.tt/3vF3qMb

Post a Comment

0 Comments