
ଭୋପାଳ: କରୋନା କାଳରେ ଅନେକ ଲୋକ ନିଜର ମାନବିକତା ଭୁଲି ଯାଉଥିବା ବେଳେ ଆହୁରି କିଛି ଲୋକ ମଣିଷପଣିଆର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି। ସେହିପରି ଅନ୍ୟ ଏକ ଉଦାହରଣ ସାଜିଛନ୍ତି ଅଟୋ ଚାଳକ ଜାଭେଦ୍ ଖାନ। ଗତ ଏକ ମାସ ହେବ ସେ ଆଉ ଅଟୋ ଚାଳକ ନୁହେଁ ବରଂ ଅଟୋ ଆମ୍ବୁଲାନ୍ସ ଚାଳକର ପରିଚୟରେ ପରିଚିତ।
ଭୋପାଳ ବାସିନ୍ଦା ୩୪ ବର୍ଷୀୟ ଜାଭେଦ୍ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ପହଞ୍ଚିବାକୁ ଅସୁବିିଧାର ସାମ୍ନା କରୁଥିବା ରୋଗୀଙ୍କୁ ତାଙ୍କ ଅଟୋ ଆମ୍ବୁଲାନ୍ସରେ ବସାଇ ନେଇ ଗନ୍ତବ୍ୟରେ ପହଞ୍ଚାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କେବଳ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବା ପାଇଁ ଜାଭେଦ ନିଜ ଅଟୋକୁ ଆମ୍ବୁଲାନ୍ସରେ ପରିଣତ କରି ଦେଇଛନ୍ତି।
ଜାଭେଦ୍ କହନ୍ତି, ‘ମୁଁ ଖବରକାଗଜ ପଢ଼ି ଜାଣିବାକୁ ପାଇଲି ଯେ ଆମ୍ବୁଲାନ୍ସ ସେବା ଅତ୍ୟଧିକ ଅର୍ଥ ଦାବି କରୁଥିବାରୁ ଅନେକ ଗରିବ ଲୋକ ତାହାର ସାହାଯ୍ୟ ନେଇ ପାରୁନାହାନ୍ତି। ମୁଁ ମୋ ପତ୍ନୀଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇବା ପ୍ରସ୍ତାବ ଦେଲି। ସେ ମୋତେ ସସର୍ଥନ କଲେ। ଏହା ମୋ ପାଇଁ ଆଦୌ ସହଜ ନଥିଲା। ଘରେ ସ୍ତ୍ରୀଙ୍କୁୁ ଛାଡ଼ିଲେ ମୋର ତିନି ପିଲା ଅଛନ୍ତି। ସେମାନଙ୍କ ମୁହଁରେ ଦାନା ପକାଇବା ବ୍ୟତୀତ ମୋର ଅଟୋ ଋଣ ବି ସୁଝା ଚାଲିିଛି। ସେ ଯାହାବି ହେଉ, ମୋ ଅସୁବିଧାଠାରୁ ମୋତେ ଲୋକଙ୍କ ଆବଶ୍ୟକତା ବେଶି ବଡ଼ ଲାଗିଲା।’
The post ଲୋକଙ୍କ ଆବଶ୍ୟକତା ଆଗରେ ଛୋଟ ପଡ଼ିଗଲା ନିଜ ସମସ୍ୟା, ଭେଟନ୍ତୁ ଭୋପାଳର ଅଟୋ ଆମ୍ବୁଲାନ୍ସ ନାୟକଙ୍କୁ first appeared on Sambad.from ବିଶେଷ | Sambad https://ift.tt/2RSOwTr
0 Comments