
ଭୋପାଳ: ମଧ୍ୟପ୍ରଦେଶର ଟିକମଗଢ଼ ସିଭିଲ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ପ୍ରଫୁଲ୍ଲିତ ପିଟର ନିକଟରେ କରୋନାକୁ ହରାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ପିଲାଟି ଦିନରୁ ଗୋଟିଏ ହିଁ ଫୁସଫୁସରେ ବଞ୍ଚି ଆସିଛନ୍ତି। ଏଭଳି ଅବସ୍ଥାରେ କରୋନା ସଂକ୍ରମଣକୁ ହରାଇବା ନିହାତି ଏକ ଆଶ୍ବସ୍ତିର ଖବର।
ପିଲାଦିନେ ଏକ ଦୁର୍ଘଟଣା ପରେ ତାଙ୍କ ଶରୀରରୁ ଗୋଟିଏ ଫୁସଫୁସକୁ ବାହାର କରି ଦିଆଯାଇଥିଲା। ଯାହା ସମ୍ପର୍କରେ ସେ ୨୦୧୪ରେ ଜାଣିବାକୁ ପାଇଥିଲେ। ଯେତେବେଳେ ତାଙ୍କ ଶରୀର ଅସୁସ୍ଥ ହୋଇଥିଲା ଆଉ ଶରୀରର ଏକ୍ସ-ରେ କରାଯାଇଥିଲା। ଏହି ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଥିଲା କି ତାଙ୍କ ବାମ ପାଖ ଫୁସଫୁସ ହିଁ ନାହିଁ।
ପ୍ରଫୁଲ୍ଲିତ ପିଟର ପେସାରେ ଜଣେ ନର୍ସ। ତାଙ୍କର ଡିୟୁଟି କରୋନା ୱାର୍ଡରେ ପଡ଼ିଥିଲା। ରୋଗୀଙ୍କୁ ସେବା ଦେଉଦେଉ ନିଜେ ବି କରୋନା ସଂକ୍ରମଣ ହୋଇଯାଇଥିଲେ। ତେବେ ତାଙ୍କର ଗୋଟିଏ ଫୁସଫୁସ ଥିବାରୁ କରୋନା ସଂକ୍ରମଣରୁ ସେ କିପରି ମୁକ୍ତି ପାଇପାରିବେ ସେ ଚିନ୍ତାର ସମସ୍ତେ ଥିଲେ। କିନ୍ତୁ ନର୍ସଙ୍କ ଭିତରେ ଥିବା ଦୃଢ଼ ଆତ୍ମବିଶ୍ବାସ ହେତୁ ସେ ଆଇସୋଲେସନରେ ଥାଇ ୧୪ଦିନ ଭିତରେ କରୋନାକୁ ହରାଇ ସୁସ୍ଥ ହୋଇଥିଲେ।
କରୋନାରୁ ସୁସ୍ଥ ହେବାପରେ ପ୍ରଫୁଲ୍ଲିତ ପିଟର କହନ୍ତି, ସେ ଆଇସୋଲେସନରେ ରହିବା ପରେ ବି ନିଜ ଉପରୁ ଆତ୍ମବିଶ୍ବାସ ହରାଇ ନଥିଲେ। ପ୍ରତିଦିନ ଯୋଗ, ପ୍ରାଣାୟାମ କରିବା ସହିତ ବେଲୁନ ଫୁଲାଇ ଥାଆନ୍ତି। ଏପରି କରି ସେ ତାଙ୍କ ଅକ୍ସିଜେନସ୍ତରକୁ ସଠିକ ରଖିବାକୁ ଚେଷ୍ଟା କରୁଥିଲେ। କରୋନାର ଦ୍ବିତୀୟ ଟିକା ମଧ୍ୟ ସେ ନେଇ ସାରିଛନ୍ତି। ତେଣୁ ତାଙ୍କୁ ବିଶ୍ବାସ ଥିଲା କି କରୋନା ସଂକ୍ରମିତ ହେବା ପରେ ସ୍ଥିତି ଗମ୍ଭୀର ହେବ ନାହିଁ।
The post ଗୋଟିଏ ଫୁସଫୁସ ଥାଇ ବି ୧୪ଦିନରେ କରୋନାକୁ ହରାଇଲେ ନର୍ସ first appeared on Sambad.from ବିଶେଷ | Sambad https://ift.tt/3uMo3pg
0 Comments