
ପୁରୀ : ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଜନ୍ମଭୂମି ଥିଲା ପୁରୀର ପଥୁରିଆ ସାହି। ଏହିଠାରେ ସେ ନିଜର ବାଲ୍ୟକାଳ ବିତାଇବା ସହ କଳା ଜୀବନ ଆରମ୍ଭ କରିଥିଲେ। ଅଜା ଅପର୍ତ୍ତି ମହାପାତ୍ର ଥିଲେ ସ୍ବର୍ଗତ ମହାପାତ୍ରଙ୍କ ଆଦ୍ୟଗୁରୁ। ଅଜାଙ୍କ କାରୁକାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ୭ ବର୍ଷ ବୟସରୁ ସେ ନିହଣ ଧରିବା ଶିଖିଥିଲେ। ଏପରିକି ସ୍ବର୍ଗତ ମହାପାତ୍ର ଅଜାଙ୍କ ସହ ଅନେକ ସମୟରେ ମୂର୍ତ୍ତି ବିକି ଯାଇଛନ୍ତି। ପଥର କାରୁକାର୍ଯ୍ୟ ପ୍ରତି ଦୃଢ଼ ଇଚ୍ଛାଶକ୍ତି ସ୍ବର୍ଗତ ମହାପାତ୍ରଙ୍କୁ ପଥୁରିଆ ସାହିରୁ ବିଶ୍ବ ଦରବାରରେ ପହଞ୍ଚାଇ ପାରିଥିଲା। ଶ୍ରୀକ୍ଷେତ୍ରର ଐତିହ୍ୟ ବିକାଶରେ ସ୍ବର୍ଗତ ମହାପାତ୍ରଙ୍କ ରହିଥିଲା ଅନେକ ଅବଦାନ।
![]()
twitter.com ପୁରୀର ସୌନ୍ଦର୍ଯ୍ୟୀକରଣ ସମୟରେ ଅଠରନଳାର ବିକାଶକୁ ଗୁରୁତ୍ବ ଦିଆଯାଇଥିଲା। ମୂଷା ନଈ ଉପରେ ଏକ ଦଣ୍ଡାୟମାନ ସୁଉଚ୍ଚ ଗରୁଡ଼ ମୂର୍ତ୍ତି ଅଠରନଳା ସୌନ୍ଦର୍ଯ୍ୟୀକରଣ ସମୟରେ ସ୍ଥାପନ କରାଯାଇଛି। ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଏହି ବିଶାଳ ଗରୁଡ଼ ମୂର୍ତ୍ତିର ସ୍ଥପତି ଥିଲେ।
୧୯୪୩ ମସିହା ମାର୍ଚ୍ଚ ୨୪ ତାରିଖରେ ସ୍ବର୍ଗତ ମହାପାତ୍ର ପୁରୀ ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ। ସାହିର ବରିଷ୍ଠ ଲୋକଙ୍କ କହିବା ମୁତାବକ, ପିଲାଟି ବେଳୁ ସଦାସର୍ବଦା ଅଜାଙ୍କ ସହ ବୁଲୁଥିଲେ ସ୍ବର୍ଗତ ମହାପାତ୍ର। ଅଜା ପଥର କାମ କରିବାବେଳେ ଏହାକୁ ନିରେଖି ଦେଖୁଥିଲେ। ୭/୮ ବର୍ଷ ବୟସରୁ ଅଜା କାମ କରୁଥିବା ସମୟରେ ନିହଣ ଧରି ଠୁକୁ ଠୁକୁ କରି ନିଜେ ବି ପଥର ହାଣୁଥିଲେ। ଅଜା ଅପର୍ତ୍ତି ମହାପାତ୍ରଙ୍କ ସହ ସ୍ବର୍ଗତ ମହାପାତ୍ରଙ୍କ ଅନ୍ୟତମ ଗୁରୁ ଥିଲେ ଶିଳ୍ପୀ ବଂଶୀଧର ମହାନ୍ତି। ସ୍ବର୍ଗତ ମହାପାତ୍ରଙ୍କ ଅଧିକାଂଶ ସମୟ ଅଜା ଘରେ ବିତୁଥିଲା। ଏହିଠାରେ ରହି ସେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ପାଠ ପଢ଼ାରେ ଡୋରି ଲାଗିଥିଲା। କାରୁକାର୍ଯ୍ୟରେ ନିପୁଣ ହେବାପରେ ପରବର୍ତ୍ତୀ ସମୟରେ ସେ ରାଜ୍ୟ ହସ୍ତକଳା ପ୍ରଶିକ୍ଷଣ କେନ୍ଦ୍ରରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୫୯ ମସିହାରେ ମାତ୍ର ୧୬ ବର୍ଷ ବୟସରୁ ସେ ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ସେ ଭୁବନେଶ୍ବର ଚାଲିଯାଇଥିଲେ।
ରଘୁନାଥଙ୍କ ବିୟୋଗ ଆଜି ପଥୁରିଆ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏହି ଖବର ପାଇବା ପରେ ସ୍ବର୍ଗତ ମହାପାତ୍ରଙ୍କ ମାମୁଁ-ମାଇଁଙ୍କ ଆଖିରୁ ଲୁହ ବି ଶୁଖୁନି। ଆଜି ଯେତେବେଳେ ସ୍ବର୍ଗତ ମହାପାତ୍ରଙ୍କ କଥା ପଚାରିବାକୁ ଚେଷ୍ଟା କରିଥିଲୁ ଦୁଇଜଣଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। ଅଭିନ୍ଦନିକାର ସଭାପତି ଶ୍ୟାମପ୍ରକାଶ ସେନାପତି ଶୋକପ୍ରକାଶ କରିଛନ୍ତି।
The post ପଥୁରିଆ ସାହିରୁ ବିଶ୍ୱ ଦରବାର first appeared on Sambad.from ବିଶେଷ | Sambad https://ift.tt/2RGaERb
0 Comments