
ଅନୁଗୁଳ : ମନ୍ଦିରକୁ ଥରେ ଦେଖିଲେ, ଆଖି ଲାଖିଯିବ। ଆଧ୍ୟାତ୍ମିକ ପରିବେଶରେ ହଜିଯିବ ମନ। ଆଉ କାରୁକାର୍ଯ୍ୟ ଦେଖିଲେ ଓଡ଼ିଶା କଳା, ଭାସ୍କର୍ଯ୍ୟର ଚାତୁରୀ ବାରି ହୋଇପଡ଼ିବ। ଇଏ ହେଉଛି ରଘୁନାଥଙ୍କ ହାତର କରାମତି। ଅନୁଗୁଳ ଜିଲ୍ଲା ଜିନ୍ଦଲ କାରଖାନା ପରିସରରେ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣର ସେ ଥିଲେ ପ୍ରମୁଖ ବିନ୍ଧାଣୀ। ଆଉ ତାଙ୍କର ଏହି ମନଲୋଭା କଳାକୃତି ଏବେ ଅନୁଗୁଳ ଜିଲ୍ଲାର ଶ୍ରୀବୃଦ୍ଧିରେ ବେଶ୍ ସହାୟକ ହୋଇପାରିଛି।
ଛେଣ୍ଡିପଦା ବ୍ଳକ ଜିନ୍ଦଲ ପରିସରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୮ ବର୍ଷ ତଳେ ଚିନ୍ତା କରିଥିଲେ ଜିନ୍ଦଲ୍ ପରିଚାଳନା କର୍ତ୍ତୃପକ୍ଷ। ଆଉ ଏହାର ନିର୍ମାଣ ଦାୟିତ୍ବ ସେମାନେ ରଘୁନାଥ ମହାପାତ୍ରଙ୍କୁ ଦେଇଥିଲେ। ୨୦୧୩ ମସିହାରେ ସମୁଦାୟ ୩.୭ ଏକର ଜାଗାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ଓ ଅହମ୍ମଦାବାଦର ମନ୍ଦିର ସ୍ଥପତି ନିଖିଲ ସୋମପୁରା। ପ୍ରାୟ ୬୭ ଫୁଟ ଉଚ୍ଚ ମୁଖ୍ୟ ମନ୍ଦିର କଳିଙ୍ଗ ଶୈଳୀର ନାଗରା ବାସ୍ତୁକଳାରେ ନିର୍ମିତ ହୋଇଛି । ଏହି ମନ୍ଦିର ନିର୍ମାଣରେ ଓଡ଼ିଶାର ଖଣ୍ଡୋଲାଇଟ ପଥର, ଗୁଜରାଟର ପୋରବନ୍ଦର ପଥର ଓ ରାଜସ୍ଥାନର ମାର୍କନା ମାର୍ବଲ ବ୍ୟବହାର କରାଯାଇଛି। ୪ ବର୍ଷ ଭିତରେ ଏହି ମନ୍ଦିର ନିର୍ମାଣ ଶେଷ ହୋଇଥିଲାବେଳେ ୨୦୧୭ ଅକ୍ଟୋବରରେ ଏହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଷ୍ଠା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଖୋଦ୍ ରଘୁନାଥ ମହାପାତ୍ର ଉପସ୍ଥିତ ଥିଲେ।
The post ରଘୁନାଥଙ୍କ କଳାକୃତିର ସାକ୍ଷୀ ଅନୁଗୁଳ ଜିନ୍ଦଲ୍ ଜଗନ୍ନାଥ ମନ୍ଦିର first appeared on Sambad.from ବିଶେଷ | Sambad https://ift.tt/33BmDlr
0 Comments