କରୋନା କର୍ଫ୍ୟୁ ସମୟରେ ଡିୟୁଟି କରୁଥିବା ପୁଲିସକର୍ମଚାରୀଙ୍କୁ ଶିଶୁ ବାଡ଼ି ବଢ଼ାଇ ଦେବାର ଦୃଶ୍ୟ ଦେଖି ଆଇପିଏସ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କରୋନା କର୍ଫ୍ୟୁ ସମୟରେ ଡିୟୁଟି କରୁଥିବା ପୁଲିସକର୍ମଚାରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓକୁ ଦେଖିଲେ ଆପଣଙ୍କ ମନ ବି ଖୁସି ହୋଇଯିବ। ଜଣେ ଶିଶୁ ଅତି ସ୍ନେହର ସହ ପୁଲିସକର୍ମଚାରୀଙ୍କ ହାତକୁ ବାଡ଼ି ବଢ଼ାଇଦେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଆଇପିଏସ ଅଫିସର ଦିପାଂଶୁ କାବ୍ରା ମଜାଳିଆ କ୍ୟାପସନ ସହିତ ସେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛ କି, ରାସ୍ତା ପାର୍ଶ୍ବରେ କେତେଜଣ ପୁଲିସ କର୍ମଚାରୀ କର୍ଫ୍ୟୁ ସମୟରେ ଛିଡ଼ା ହୋଇ ଡିୟୁଟି କରୁଛନ୍ତି। ଏହି ସମୟରେ ଶଶୁଟିଏ ହାତରେ ବାଡ଼ି ଧରି ପୁଲିସ କର୍ମଚାରୀଙ୍କ ପାଖକୁ ଦୌଡ଼ି ଆସୁଛି। ଆଉ ଅତି ସ୍ନେହର ସହ ଉକ୍ତ ବାଡ଼ିକୁ ତାଙ୍କ ହାତକୁ ବଢ଼ାଇ ଦେଉଛି। ୧୦ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକମାନେ ଏହାକୁ ବହୁ ପସନ୍ଦ କରୁଛନ୍ତି।

 

ଆଇପିଏସ ଅଫିସର ଦିପାଂଶୁ କାବ୍ରା ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ନୀରିହ ଶିଶୁଟି ବି ପରିସ୍ଥିତିକୁ ବୁଝି ସାରିଛି। ଏହି ଭିଡିଓକୁ ମଇ ୪ ତାରିଖରେ ପୋଷ୍ଟ କରାଯାଇଛି। ଯାହାକୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୪ହଜାରରୁ ଊର୍ଧ୍ବ ଲୋକ ଦେଖି ସାରିଲେଣି।

The post କରୋନା କର୍ଫ୍ୟୁ ସମୟରେ ଡିୟୁଟି କରୁଥିବା ପୁଲିସକର୍ମଚାରୀଙ୍କୁ ଶିଶୁ ବାଡ଼ି ବଢ଼ାଇ ଦେବାର ଦୃଶ୍ୟ ଦେଖି ଆଇପିଏସ ଦେଲେ ଏଭଳି ପ୍ରତିକ୍ରିୟା first appeared on Sambad.

from ବିଶେଷ | Sambad https://ift.tt/3unaNal

Post a Comment

0 Comments