
ନୂଆଦିଲ୍ଲୀ: ବିଧାତା ଲିଖନ ବି ବଡ଼ ବିଚିତ୍ର। ତାକୁ ବୁଝିବା ବହୁତ କଷ୍ଟ। ଦୁନିଆରେ ସମୟସମୟରେ ଏମିତି ଘଟଣା ଘଟିଥାଏ ତାହାକୁ ଶୁଣିଲେ ବା ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ମା’ ଏକାସହ ଦୁଇଟି, ତିନୋଟି କିମ୍ବା ଚାରୋଟି ସନ୍ତାନକୁ ଜନ୍ମ ଦେବା ଆଜିକାଲି ଏକ ସାଧାରଣ ଘଟଣା ହୋଇଗଲାଣି। କିନ୍ତୁ ନିକଟରେ ଜଣେ ମା’ ଏକାସହ ୯ଟି ସନ୍ତାନ ଜନ୍ମକୁ ଜନ୍ମ ଦେଇଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ମହିଳାଙ୍କ ଏହି ସମସ୍ତ ନବଜାତ ସନ୍ତାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ପ୍ରକାଶିତ ରିପୋର୍ଟ ମୁତବାକ, ମାଲି ସରକାର ୨୫ ବର୍ଷ ବୟସ୍କ ହଲିମା ସିଜେଙ୍କୁ ଉତ୍ତମ ଚିକିତ୍ସା ପାଇଁ ମାର୍ଚ୍ଚ ୩୦ରେ ମୋରକୋ ପଠାଇଥିଲେ । ଚିକିତ୍ସା ସମୟରେ ପୂର୍ବରୁ କୁହାଯାଉଥିଲା ଯେ ହଲିମାଙ୍କ ଗର୍ଭରେ ୬ଟି ସନ୍ତାନ ଅଛନ୍ତି । ମା’ ଗର୍ଭରେ ୬ଟି ସନ୍ତାନ କଥା ଶୁଣି ବଡ଼ ବିଚିତ୍ର ଲାଗୁଥିଲା। ଆଉ ଯେତେବେଳେ ହଲିମାଙ୍କ ପ୍ରସବ ସମୟ ଆସିଲା ସେ ଏକାଥରକେ ୯ଟି ସନ୍ତାନକୁ ଜନ୍ମ ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ।

ମୋରକୋ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏପରି ୯ ଜଣ ଶିଶୁଙ୍କ ଜନ୍ମ ବିଷୟରେ କୌଣସି ସୂଚନା ନାହିଁ । କିନ୍ତୁ ମାଲିର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ହଲିମା ସିଜେ ପାଞ୍ଚ କନ୍ୟା ଏବଂ ଚାରି ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ମା’ ଏବଂ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଖୁବ ଶୀଘ୍ର ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଯିବ।
The post ଜଣେ ମା’ ଏକାସହ ୯ଟି ସନ୍ତାନକୁ ଦେଲେ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ first appeared on Sambad.from ବିଶେଷ | Sambad https://ift.tt/33eIjE2
0 Comments