ମା’କୁ ଭିଡିଓ କଲ ଜରିଆରେ ଏଭଳି ଗୀତ ଗାଇ ଶେଷ ବିଦାୟ ଦେଲା ପୁଅ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୩.୬୨ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪,୧୨୦ ରହିଥିବା ଜଣାପଡ଼ିଛି। ଏହାରି ଭିତରେ ଅନେକ ଲୋକ ନିଜର ଆତ୍ମୀୟଲୋକଙ୍କୁ ହରାଇ ଦେଇଥିବା ବେଳେ ଏବେ ବି ବହୁ ଲୋକ ହସ୍ପିଟାଲ ବିଛଣାରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କି ଲୋକେ ନିଜ ଆତ୍ମୀୟଲୋକଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ବି କରି ପାରୁ ନାହାନ୍ତି।

ନିକଟରେ  ଟୁଇଟରରେ ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି କି, ଜଣେ କରୋନା ପୀଡିତା ମା’ଙ୍କୁ ତାଙ୍କ ପୁଅ ଭିଡିଓ କଲ କରି ଗୀତ ଗାଇ ଶେଷ ବିଦାୟ ଦେଇଛନ୍ତି।

 

ଏହି ଘଟଣାକୁ ଦୀପଶିଖା ଘୋ‌ଷ ନାମକ ଜଣେ ଡାକ୍ତର ମେ’ ୧୨ ତାରିଖରେ ନିଜର ଟୁଇଟର ହ୍ୟା‌ଣ୍ଡଲରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ମୋର ଡ୍ୟୁଟି ଶେଷ ହେବା ପୂର୍ବରୁ ଜଣେ କରୋନା ରୋଗୀଙ୍କ ପୁଅ ତାଙ୍କ ଫୋନକୁ ଫୋନ କରିଥିଲେ। ମା’ଙ୍କ ଶେଷ ସମୟ ଆସି ଯାଇଥିବା ଜାଣି ଉକ୍ତ କରୋନା ରୋଗୀଙ୍କ ପୁଅ  ମା’ଙ୍କୁ ଭିଡିଓ କଲରେ ଦେଖିବାକୁ କହିଥିଲେ।

ଡାକ୍ତର ବି ପୁଅଙ୍କ ଅବସ୍ଥା ବୁଝି ସେ ଭିଡିଓ କଲ କରି ତାଙ୍କ କରୋନା ପୀଡିତା ମା’ଙ୍କୁ ଦେଖାଇଥିଲେ। ଏହାପରେ ପୁଅ ମା’ଙ୍କୁ ଦେଖି ଗାଇଥିଲେ, ‘ତେରା ମୁଝସେ ହେ ପହଲେ କା ନାତା‌ କୋଇ…’। ଏହାର କିଛି ସମୟ ପରେ କରୋନା ସଂକ୍ରମିତ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା।

 

The post ମା’କୁ ଭିଡିଓ କଲ ଜରିଆରେ ଏଭଳି ଗୀତ ଗାଇ ଶେଷ ବିଦାୟ ଦେଲା ପୁଅ first appeared on Sambad.

from ବିଶେଷ | Sambad https://ift.tt/2RRJUwU

Post a Comment

0 Comments