ଜ‌ଣେ ବ୍ୟକ୍ତି ରାସ୍ତା‌ରେ ବସିଥିବା ବୃଦ୍ଧା ମହିଳାଙ୍କୁ ଖାଇବାକୁ ଦେବାରୁ ସେ କାନ୍ଦିକାନ୍ଦି ବଢ଼ାଉଛନ୍ତି ଟଙ୍କା

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦେଖି ଅନେକ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି। ଏଭଳି ସମୟରେ ଅନେକ ଗରିବ ଲୋକ ଖାଇବା ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟକୁ ଦେଖି ଆପଣଙ୍କ ଆଖିରେ ବି ଲୁହ ଭରିଯିବ।

ଜଣେ ବୃଦ୍ଧା ମହିଳା ରାସ୍ତା ପାର୍ଶ୍ବରେ ବସିଛନ୍ତି। ଆଉ ଏକ ମହିଳାଙ୍କୁ ଏଭଳି ଅବସ୍ଥାରେ ଦେଖି ଜଣେ ବ୍ୟକ୍ତି ପାଣିବୋତଲ ସହିତ କିଛି ଖାଇବାକୁ ଦେଉଛନ୍ତି। ଖାଇବା ଦେଖି ବୃଦ୍ଧା ଜଣକ କାନ୍ଦିବା ସହିତ ତାଙ୍କ ପାଖରେ ଯେତିକି ଟଙ୍କା ଥିଲା ଉକ୍ତ ବ୍ୟକ୍ତିକୁ ବଢ଼ାଇ ଦେଉଛନ୍ତି।

 

ଏହି ଭିଡିଓକୁ ଦେଖି ଆଇପିଏସ ଅଫିସର ଦୀପାଂଶୁ କାବ୍ରା ବି ଭାବବିହ୍ବଳ ହୋଇପଡ଼ିଛନ୍ତି। ସେ ଏହି ଭିଡିଓକୁ ଟୁଇଟରେ ସେୟାର ବି କରିଛନ୍ତି।

ଆଇପିଏସ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ସହାୟତା ମିଳିବା ପରେ ମା’ ବହୁତ ଖୁସି ହୋଇଯାଉଛନ୍ତି। ଏଦୃଶ୍ୟ ଦେଖି ଆଖି ଭରି ଯାଉଛି। ସେ ଖାଦ୍ୟ ଓ ପାଣି ବୋତଲ ପାଇ ଟଙ୍କା ବି ବଢ଼ାଉଛନ୍ତି। ବୃଦ୍ଧାଙ୍କୁ ଏଭଳି ଅବସ୍ଥାରେ ଦେଖି ଦୁଃଖ ଲାଗୁଛି।

ଏହି ଭିଡିଓକୁ ସେ ଏପ୍ରିଲ ୨୫ ତାରିଖରେ  ସେୟାର କରିଥିଲେ। ଯାହକୁ ଏଯାବତ ୪୩ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଉଛନ୍ତି।

The post ଜ‌ଣେ ବ୍ୟକ୍ତି ରାସ୍ତା‌ରେ ବସିଥିବା ବୃଦ୍ଧା ମହିଳାଙ୍କୁ ଖାଇବାକୁ ଦେବାରୁ ସେ କାନ୍ଦିକାନ୍ଦି ବଢ଼ାଉଛନ୍ତି ଟଙ୍କା first appeared on Sambad.

from ବିଶେଷ | Sambad https://ift.tt/3aI0K8j

Post a Comment

0 Comments