ହାତରେ ଖଣ୍ଡା ଧରି ରାସ୍ତାରେ ବୁଲୁଛି କରୋନାଭାଇରସ!

ନୂଆଦିଲ୍ଲୀ: କରୋନାଭାଇରସ ମାମଲା ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ୩ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି। ସରକାର ଲୋକମାନଙ୍କୁ କରୋନ ନିୟମ କଡାକଡ଼ି ଭାବେ ପାଳନ କରିବାକୁ କହୁଛନ୍ତି। ଇଣ୍ଟରନେଟରେ ସେଲିବ୍ରିଟିମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ବି କହୁଛନ୍ତି। ଏଥିସହିତ ସୋସିଆଲ ମିଡ଼ିଆରେ ଅନେକ ମଜାଦାର ଭିଡିଓ ସହିତ ଲୋକମାନଙ୍କୁ କରୋନା ନିୟମ ପାଳନ କରିବାକୁ କୁହାଯାଉଛି।

ନିକଟରେ କରୋନା ଭାଇରସ ହୋଇ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏଥିରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି କରୋନା ଭାଇରସ ବେଶ ଧରି ହାତରେ ଖଣ୍ଡା ଧରି ରାସ୍ତାରେ ବୁଲୁଛନ୍ତି। ଯାହାକୁ ଦେଖି ପିଲାମାନେ  ଭୟଭୀତ ହୋଇ ଘରକୁ ଦୌଡ଼ି ପଳାଉଛନ୍ତି।

 

ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ମୁହଁରେ କରୋନାଭାଇରସ ମାସ୍କ ପିନ୍ଧି ବୁଲୁଛନ୍ତି। ସେ ନିଜକୁ କରୋନାଭାଇରସ ବୋଲି କହୁଛନ୍ତି। ଏହି କରୋନାଭାଇରସ ହସକୁ ଶୁଣି ପିଲାମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରୁ ନାହାନ୍ତି। ଆଇପିଏସ ଅଫିସର ରୁପିନ ଶର୍ମା ଏହି ଭିଡିଓକୁ ସେୟାର କରିଛନ୍ତି।

ତେବେ ଏହା ପୂର୍ବରୁ ଆଉ ଏକ ଭିଡ଼ିଓ ଓ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ଲୋକେ ଜଣେ ବ୍ୟକ୍ତିଙ୍କୁ କରୋନା ଭାଇରସ ବନାଇ ତାଙ୍କୁ ବାନ୍ଧିବା ସହିତ ତାଙ୍କ ଉପରେ ସାରନିଟାଇଜ ଫିଙ୍ଗି ଥିବା ଦେଖିବାକୁ ମିଳିଥିଲା।

The post ହାତରେ ଖଣ୍ଡା ଧରି ରାସ୍ତାରେ ବୁଲୁଛି କରୋନାଭାଇରସ! first appeared on Sambad.

from ବିଶେଷ | Sambad https://ift.tt/3tSdtwB

Post a Comment

0 Comments