ପାଞ୍ଚମାସର ଗର୍ଭବତୀ ଥାଇ ବି ଟାଣ ଖରାରେ ଡିୟୁଟି କରୁଛନ୍ତି ଡିଏସପି, ଲୋକଙ୍କୁ ଦେଉଛନ୍ତି କରୋନା ସତର୍କତା ବାର୍ତ୍ତା

ଦନ୍ତେୱାଡା: ଛତିଶଗଡ଼ର ଦନ୍ତେୱାଡା ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ। ନକ୍ସଲଙ୍କ ପ୍ରାଦୁର୍ଭାବ ହେତୁ ଏହି ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ଥାଏ। ଏବେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସମେତ ମୃତ୍ୟୁ ସଂଖ୍ୟା ବି ପ୍ରତିଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ର୍‌ଖି ଅନେକ ଜିଲ୍ଲା ଓ ରାଜ୍ୟରେ ଲକଡାଉନ ଓ କର୍ଫ୍ୟୁ ଆଦି ଜାରି କରାଯାଇଛି।

ସମ୍ପ୍ରତି ଦନ୍ତେୱାଡାରେ କାର୍ଯ୍ୟ କରୁଥିବା ପୁଲିସ୍ ଡିଏସପି ଶିଳ୍ପା ସାହୁଙ୍କ ଏକ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ସେ ଅନ୍ତସତ୍ତ୍ବା ହୋଇ ମଧ୍ୟ ଲକଡାଉନ ସମୟରେ ହାତରେ ଏକ ବାଡ଼ି ଧରି ଡ୍ୟୁଟି କରୁଥିବା ଦେଖିବାକୁ ମିଳୁଛି।

Pregnant DSP works in scorching heat, urges people to follow Covid guidelines. Watch - Trending News News
India Today

ଶିଳ୍ପା ସାହୁ ସର୍ବଦା ତାଙ୍କ କାମକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କିଛି ବର୍ଷ ପୂର୍ବେ ଶିଳ୍ପାଙ୍କ ବିବାହକୁ ନେଇ ଖବର ସାମ୍ନାକୁ ଆସିଥିଲା। ବିବାହା ପରେ ସେ ସ୍ବାମୀଙ୍କ ସହିତ ନକ୍ସଲ ଅପରେସନରେ ଯାଇଥିଲେ। ଏହାକୁ ନେଇ ଲୋକେ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ କରିଥିଲେ।

ତେବେ ଶିଳ୍ପା ସାହୁ ମା’ ହେବାକୁ ଯାଉଛନ୍ତି। ସେ ୫ମାସର ଅନ୍ତସତ୍ତ୍ବା ଅଛନ୍ତି। ଏହା ସତ୍ତ୍ବେ ସେ ଡିୟୁଟିକୁ ହେଳା କରୁନାହାନ୍ତି। ଏଭଳି ପରିସ୍ଥିତିରେ ସେ ନିଜକୁ ସମ୍ଭାଳିବା ସହିତ ନିଜ କର୍ତ୍ତବ୍ୟ ପାଳନ ବି କରୁଛନ୍ତି। ଏଥିସହିତ କରୋନା ମାହାମାରୀ ପରିସ୍ଥିତିରେ ଲୋକମାନଙ୍କୁ ବିନା କାରଣରେ ଘରୁ ବାହାରିବା ପାଇଁ ମନା କରୁଛନ୍ତି। ଘରେ ରହି ସୁରକ୍ଷିତ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି ଶିଳ୍ପା।

The post ପାଞ୍ଚମାସର ଗର୍ଭବତୀ ଥାଇ ବି ଟାଣ ଖରାରେ ଡିୟୁଟି କରୁଛନ୍ତି ଡିଏସପି, ଲୋକଙ୍କୁ ଦେଉଛନ୍ତି କରୋନା ସତର୍କତା ବାର୍ତ୍ତା first appeared on Sambad.

from ବିଶେଷ | Sambad https://ift.tt/3tCFxDZ

Post a Comment

0 Comments