ହୃଦୟସ୍ପର୍ଶୀ ଦୃଶ୍ୟ: ମାଲିକ ଝାଡୁ ମାରୁଥିବା ବେଳେ ପଛରୁ ଆସି ଶୁଣ୍ଢରେ କୁଣ୍ଢାଇ ପକାଉଛି ହାତୀ ଛୁଆ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର କୁକୁର, ବିଲେଇ, ହାତୀ ଓ ସିଂହଙ୍କ ମଜାଳିଆ ଫଟୋ ଓ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖି ମନ ଖୁସି ହୋଇ ଯାଇଥାଏ। କିଛିଦିନ ହେବ ସୋସିଆଲ ମିଡିଆରେ ଏକ ହାତୀଛୁଆର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି।

ସୋସିଆଲ ମିଡିଆରେ ଏହି ଫଟୋକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଏହି ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ଆମକୁ ପରସ୍ପରର ଆବଶ୍ୟକତା ରହିଛି।’

ଫଟୋରେ ଆପଣ ଦେଖୁ ଥାଇପାରନ୍ତି କି ବ୍ୟକ୍ତି ଜଣକ ଝାଡୁ ନେଇ ଘର ସାମ୍ନାରେ ସଫେଇ କରୁଛନ୍ତି। ଏହି ସମୟରେ ତାଙ୍କ ପଛପଟରୁ ଏକ ହାତୀ ଛୁଆ ଆସି ଶୁଣ୍ଢରେ ତାଙ୍କୁ ଆଲିଙ୍ଗନ କରି ପକାଉଛି। ଏହି ଫଟୋ ଦେଖି ଲାଗୁଛି ଉକ୍ତ ବ୍ୟକ୍ତି ଓ ହାତୀ ଛୁଆ ମଧ୍ୟରେ ନିବିଡ଼ ସ୍ନେହ ଭରି ରହିଛି।

ଏହି ଫଟୋକୁ ଏଯାବତ ୬ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏଥିସହିତ ସୋସିଆଲ ମିଡିଆ ବ୍ୟବହାରକାରୀ ମାଲିକ ଓ ହାତୀଛୁଆ ମଧ୍ୟରେ ଏଭଳି ସମ୍ପର୍କ ଦେଖି ସ୍ନେହଭରା ପ୍ରତିକ୍ରିୟା ବି ଦେଉଛନ୍ତି।

The post ହୃଦୟସ୍ପର୍ଶୀ ଦୃଶ୍ୟ: ମାଲିକ ଝାଡୁ ମାରୁଥିବା ବେଳେ ପଛରୁ ଆସି ଶୁଣ୍ଢରେ କୁଣ୍ଢାଇ ପକାଉଛି ହାତୀ ଛୁଆ first appeared on Sambad.

from ବିଶେଷ | Sambad https://ift.tt/3dx6fse

Post a Comment

0 Comments