
ନୂଆଦିଲ୍ଲୀ : କରୋନା ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ରଖିଥିବା ବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମି କେତେ ଗୁରୁତ୍ବପୂର୍ଣ୍ଣ ତାହା ଉଭୟ ସରକାର ଓ ସାଧାରଣ ଜନତା ବୁଝିପାରିଛନ୍ତି। ଆମ ଦେଶରେ ଚିକିତ୍ସା ସୁବିଧା ହାସଲ କରିବା ଲାଗି ଅନେକ ପ୍ରକାର ବ୍ୟବସ୍ଥା ରହିଛି। ଲୋକମାନେ ନିଜକୁ ସୁହାଇବା ଭଳି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ସେବା ହାସଲ କରିଥାନ୍ତି। ଦେଶରେ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଡାକ୍ତରଖାନା ଥିବା ବେଳେ ଘରୋଇ ଡାକ୍ତରଖାନା ଏବଂ ଦାତବ୍ୟ ଅନୁଷ୍ଠାନ ଏନ୍ଜିଓ ଓ ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଥିବା ଡାକ୍ତରଖାନା ରହିଛି। ଏହା ବ୍ୟତୀତ କିଛି ଡାକ୍ତର ନିଜେ କ୍ଲିନିକ୍ ଖୋଲି କିମ୍ବା ଘରେ ରୋଗୀ ସେବା ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ ଅଣ ସଂଗଠିତ କ୍ଷେତ୍ରରେ ମଧ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି। ଦେହ ଖରାପ ହେଲେ ଲୋକମାନେ କେଉଁ ଡାକ୍ତରଖାନା ଯାଆନ୍ତି ତାହାର ସେ ବିଷୟରେ ସୂଚନା ଏଠାରେ ଦିଆଯାଇଛି।


from ବିଶେଷ | Sambad https://ift.tt/32R4lfS
0 Comments