ଅମ୍ଳଜାନ ନଷ୍ଟ କରନାହିଁ : ଏମ୍ସ ଡାକ୍ତର

ଭୁବନେଶ୍ବର : ଡାକ୍ତରଖାନାରେ ଥିବା ଅମ୍ଳଜାନର ସଦୁପଯୋଗ କରିବା ସହିତ ଏହା ନଷ୍ଟ ନ କରିବା ପାଇଁ ଏମ୍ସ ଭୁବନେଶ୍ବରର ବରିଷ୍ଠ ଡାକ୍ତର ପ୍ରଶାନ୍ତ ମହାପାତ୍ର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପରାମର୍ଶ ଦେଇଛନ୍ତି।

ଡ.ମହାପାତ୍ର କହିଛନ୍ତି, ଅମ୍ଳଜାନର ଚାହିଦା ପୂରଣ ପାଇଁ ଜର୍ମାନୀରୁ ୨୩ଟି ଅମ୍ଳଜାନ ପ୍ଲାଣ୍ଟ ଭାରତକୁ ଅଣାଯାଇଛି। ଏଭଳି ସ୍ଥିତିରେ ଜୀବନ ପ୍ରଦାନକାରୀ ଚିକିତ୍ସା ଭାବରେ ଅତି ଯତ୍ନର ସହିତ ଅମ୍ଳଜାନର ବ୍ୟବହାର କରାଯିବା ଉଚିତ। ଏଥିପାଇଁ ସେ ନିମ୍ନୋକ୍ତ ପରାମର୍ଶ ଦେଇଛନ୍ତି, ଯାହା ରାଜ୍ୟରେ ସ୍ଥିତ ଅନ୍ୟ ସମସ୍ତ ଡାକ୍ତରଖାନାର ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉପାଦେୟ ହୋଇ ପାରିବ।

୧. ଅମ୍ଳଜାନ ସ୍ତର SP02 ୯୨ ପ୍ରତିଶତରୁ କମ୍‌ ହେଲେ ଅମ୍ଳଜାନ ଦେବେ।

୨. ଫ୍ଲୋ ମିଟର ଏଭଳି ଲଗାଇବେ, ଯେପରିକି ଆବଶ୍ୟକ ଅନୁଯାୟୀ ଏହା ରୋଗୀଙ୍କ ନିକଟକୁ ଯିବ। ଗୁରୁତର ସ୍ଥିତିରେ ଥିବା ରୋଗୀଙ୍କ ଅମ୍ଳଜାନ ସ୍ତର ସର୍ବାଧିକ ୯୪ ପ୍ରତିଶତରୁ ୯୮ ପ୍ରତିଶତ ପର୍ଯ୍ୟନ୍ତ ରଖିବା ଉଚିତ। (ଗୁରୁତର ସ୍ଥିତି ଅର୍ଥାତ ଅମ୍ଳଜାନ ସ୍ତର ୮୮ ପ୍ରତିଶତରୁ ୯୨ ପ୍ରତିଶତ ପର୍ଯ୍ୟନ୍ତ ରହିଥିବ କିମ୍ବା ଅତିମାତ୍ରାରେ ଅଣନିଶ୍ବାସୀ ହେଉଥିବା ବ୍ୟକ୍ତି)।

୩. ଫ୍ଲୋ ମିଟରରେ ଆର୍ଦ୍ର ଅମ୍ଳଜାନ ବ୍ୟବହାର କରିବେ। ଏହି ଡିଭାଇସ ରୋଗୀଙ୍କୁ ଜଳୀୟ ଅଂଶ ଯୋଗାଇଥାଏ। ଧଇଁସଇଁ ହେବା ଯୋଗୁଁ ପାଟି ବାଟରୁ ଯେଉଁ ନିଶ୍ବାସ ବାହାରେ ତାକୁ ଆର୍ଦ୍ର କରିବାରେ ଏହା ସହାୟତା କରିଥାଏ। ନାକ, ମୁହଁ ଭିତରେ ଶ୍ଳେଷ୍ମ ପରଦାକୁ ଶୁଖାଇଥାଏ। ଯାହାକି କ୍ଷତିକାରକ ହୋଇପାରେ। ଆର୍ଦ୍ର ଅମ୍ଳଜାନ ବ୍ୟବହାର ଯୋଗୁଁ ସେକେଣ୍ଡାରି ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକାଯାଇ ପାରିବ। ବିନା ଆର୍ଦ୍ରତାରେ ରୋଗୀର କଫ, ପବନ ବାହାରିଲେ ତାହା ମୋଟା ହୋଇଯିବ ଏବଂ ରୋଗୀକୁ ପୀଡ଼ା ହେବ। ନିଶ୍ବାସ ପ୍ରଶ୍ବାସ ବେଳକୁ ପ୍ରତିବନ୍ଧକ ସୃଷ୍ଟି ହେବ। ଫ୍ଲୋ ମିଟରର ଜଳସ୍ତରକୁ ମେଣ୍ଟେନ କରିବା ଉଚିତ।

୪. ଫ୍ଲୋ ମିଟରରେ ପବନ ପାଣିକୁ ପ୍ରବେଶ କରେ। ଜଳ ସ୍ତମ୍ଭରେ ପାଣି ଫୋଟକା ସୃଷ୍ଟି ହେଲେ ଜାଣିବେ ଯେ ଏହା ଆଉ ଅମ୍ଳଜାନର ଆବଶ୍ୟକତା ନଥିବାର ସଙ୍କେତ । ଫ୍ଲୋ ମିଟରକୁ ବନ୍ଦ କରି ଦେବେ।

The post ଅମ୍ଳଜାନ ନଷ୍ଟ କରନାହିଁ : ଏମ୍ସ ଡାକ୍ତର first appeared on Sambad.

from ବିଶେଷ | Sambad https://ift.tt/3aK5ASe

Post a Comment

0 Comments