ଛୁଟି ନମିଳିବାରୁ ପୁଲିସ ଷ୍ଟେସନରେ ମହିଳା କନଷ୍ଟେବଳଙ୍କ ବିବାହ ରୀତିନୀତି ସମ୍ପର୍ଣ୍ଣ କରାଗଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହେତୁ ଦେଶର ପରିସ୍ଥିତି କ’ଣ ତାହା ଆପଣମା‌ନେ ପ୍ରତିଦିନ ଗଣମାଧ୍ୟମରୁ ଖବର ପାଇ ଯାଉଥିବେ। ଏଭଳି ମହାମାରୀ ସମୟରେ କରୋନା ଯୋଦ୍ଧା ଭାବେ ଆମର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୁଲିସ କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ, ସୁଇପର ଇତ୍ୟାଦି  ଆଗେଇ ଆସି ନିଜନିଜ ସେବା ଯୋଗାଉଛନ୍ତି।

ଏଭଳି ସମୟରେ ଏହି କରୋନା ଯୋଦ୍ଧାମାନେ ଡିୟୁଟିକୁ ଗୁରୁତ୍ବ ଦେଇ ନିଜ ବ୍ୟକ୍ତିଗତ ଜୀବନକୁ ପଛରେ ପକାଇ ଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନରୁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା କନଷ୍ଟେବଳଙ୍କୁ ବିବାହ ରୀତିନୀତି ପାଇଁ ଛୁଟି ମିଳି ନଥିଲା । ତେଣୁ  ତାଙ୍କ ସାଥୀମାନେ ଉକ୍ତ ମହିଳା କନଷ୍ଟେବଳଙ୍କ ବିବାହ ରୀତିନୀତିକୁ ପୁଲିସ ‌ଷ୍ଟେସନରେ କରିଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

ପୁଲିସ ଷ୍ଟେସନରେ ମହିଳା କନଷ୍ଟେବଳଙ୍କ ବିନ୍ଦୁରୀ ରୀତିନୀତି ସମ୍ପନ୍ନ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ରାଜସ୍ଥାନରେ ବିବାହ ପୂର୍ବରୁ ଏକ ଘୋଡାରେ ଚଢ଼ି ଝିଅମାନେ ବୁଲି ଥାଆନ୍ତି। ଏହି ସମୟରେ ମହିଳାମାନେ ମଙ୍ଗଲ ଗୀତ ଗାଇ ଥାଆନ୍ତି। ଏହି ରୀତିନୀତିର ନାମ ବିନ୍ଦୁରୀ ରଖାଯାଇଛି।

ବିବାହ ରୀତିନୀତି ସମ୍ପର୍ଣ୍ଣ କରିବା ପାଇଁ ସୋନିଆଙ୍କୁ ନିକଟସ୍ଥ ମନ୍ଦିରକୁ ନିଆଯାଇଥିଲା। ଏହି ଘଟଣାକୁ ନେଇ ସୋନିଆ କହିଛନ୍ତି, ‘ମୋର ସହକର୍ମୀମାନେ ମୋ ପରିବାରର ଭୂମିକା ଗ୍ରହଣ କରିଥିଲେ ଏବଂ ବିନ୍ଦୋରୀ ରୀତିନୀତି କରିଥିଲେ। ମୁଁ ପ୍ରକୃତରେ ବହୁତ ଖୁସି। ସମାଜର ଅନ୍ୟ ମହିଳାମାନଙ୍କ ପାଇଁ ଏହା ମଧ୍ୟ ଏକ ଉଦାହରଣ ହେବ ।

The post ଛୁଟି ନମିଳିବାରୁ ପୁଲିସ ଷ୍ଟେସନରେ ମହିଳା କନଷ୍ଟେବଳଙ୍କ ବିବାହ ରୀତିନୀତି ସମ୍ପର୍ଣ୍ଣ କରାଗଲା first appeared on Sambad.

from ବିଶେଷ | Sambad https://ift.tt/3sUg3B5

Post a Comment

0 Comments