ଦିନେ କମଳା ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତି କରୋନା କାଳରେ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବଞ୍ଚାଇଛନ୍ତି ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଦେଶକୁ ଦେହଲାଇ ଦେଇଛି। ଗୋଟିଏ ପଟେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଅମ୍ଳଜାନର ଅଭାବ ବି ଦେଖିବାକୁ ମିଳିଛି। ଏହି ସମୟରେ, କରୋନା ଯୋଦ୍ଧାମାନେ ଦିନରାତି ଲୋକଙ୍କୁ ସାହାଯ୍ୟ କରିବାକୁ ସର୍ବଦା ଆଗେଇ ଆସୁଛନ୍ତି।

ଏହି କ୍ରମରେ ମହାରାଷ୍ଟ୍ରର ନାଗପୁରର ବାସିନ୍ଦା ପ୍ୟାରେ ଖାନ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।  ଯିଏ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ସପ୍ତାହ ମଧ୍ୟରେ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଶାର କିରଣ ହୋଇ ଲୋକଙ୍କୁ ସାହାଯ୍ୟ କରିବାକୁ ଆସିଥିବା ପ୍ୟାରେ ଖାନ ୧୯୯୫ମସିହାରେ କମଳା ବିକ୍ରି କରି ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ ଟଙ୍କା ପାଇଁ ‌ସେ ଅଟୋରିକ୍ସା ବି ଚଲାଇଛନ୍ତି। ଏବେ ସେ ଜଣେ ବଡ ପରିବହନକାରୀ ହୋଇଯାଇଛନ୍ତି।

କରୋନା ଶଙ୍କଟ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ସହିତ ପ୍ୟାରେ ଖାନ ଡାକ୍ତରଖାନାକୁ ୪୦୦ମାଟ୍ରିକ ଟନ ଅମ୍ଳଜାନ ବିତରଣ କରିଛନ୍ତି।

मिसाल! नागपुर के प्यारे खान ने कोरोना संक्रमितों तक मुफ्त में पहुंचाई 85 लाख की ऑक्सीजन

ପରିବହନକାରୀ ପ୍ୟାରେ ଖାନ ୪୦୦ କୋଟି କମ୍ପାନିର ମାଲିକ । ସେ ୨ ହଜାର ଟ୍ରକର ଏକ ନେଟୱାର୍କ ପରିଚାଳନା ବି କରନ୍ତି ଏବଂ ତାଙ୍କ କମ୍ପାନି ନେପାଳ, ଭୁଟାନ, ବାଂଲାଦେଶରେ ଅବସ୍ଥିତ  ଅଛି। ପ୍ୟାରେ ଅମ୍ଳଜାନ ଯୋଗାଣ ପାଇଁ ସରକାରଙ୍କ କୌଣସି ପ୍ରକାର ସାହାଯ୍ୟ ନେଇ ନାହାଁନ୍ତି। ସେ ନିଜେ ଏହି ସମସ୍ତ ଖର୍ଚ୍ଚ କରିଛନ୍ତି।

ପ୍ୟାରେ ଖାନଙ୍କ କହିବାନୁଯାୟୀ, ସେ ଏହି ସମସ୍ତ ଖର୍ଚ୍ଚକୁ ପବିତ୍ର ରମଜାନ ମାସରେ ଖର୍ଚ୍ଚ କରିଛନ୍ତି ଏବଂ ସେ ଏହାକୁ ଜାକତ କିମ୍ବା ଦାନ ବୋଲି ବିବେଚନା କରୁଛନ୍ତି।

ସୂଚନା ଅନୁଯାୟୀ, ପ୍ୟାରେ ନାଗପୁର ସମେତ ଅନ୍ୟ ସ୍ଥାନରେ ଥିବା ହସ୍ପିଟାଲକୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେଇଛନ୍ତି। ରାୟପୁର, ଭିଲାଇ, ରାଉରକେଲା ଭଳି ସ୍ଥାନକୁ ମଧ୍ୟ ଅମ୍ଳଜାନ ଯୋଗାଣ ହୋଇଛି।

The post ଦିନେ କମଳା ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତି କରୋନା କାଳରେ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବଞ୍ଚାଇଛନ୍ତି ଲୋକଙ୍କ ଜୀବନ first appeared on Sambad.

from ବିଶେଷ | Sambad https://ift.tt/3dTFPB3

Post a Comment

0 Comments