
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ବୈତୁଲର ଜଣେ ସ୍ୱାଧୀନତା ସଂଗ୍ରାମୀ କରୋନାକୁ ମାତ୍ ଦେଇଛନ୍ତି । ଜୀବନ ଯୁଦ୍ଧରେ ଲଢି ୧୦୪ ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ ବିଜୟୀ ହୋଇ ଫେରିଛନ୍ତି । କରୋନା ମହାମାରୀ ସମୟରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଲୋକେ ଭୟଭୀତ ହୋଇଯାଇଛନ୍ତି। ଏଭଳି ସମୟରେ ବୃଦ୍ଧ ସ୍ୱାଧୀନତା ସଂଗ୍ରାମୀ ଲୋକଙ୍କ ମନୋବଳ ବଢ଼ାଇବା ସହିତ ପ୍ରେରଣା ଯୋଗାଇଛନ୍ତି।
ସ୍ୱାଧିନତା ସଂଗ୍ରାମୀ ବିରନ୍ଦୀ ଚନ୍ଦ ଗୋଠୀଙ୍କ ସ୍ବାସ୍ଥାବସ୍ଥା କିଛିଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିରନ୍ଦୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏହି ରିପୋର୍ଟ ତାଙ୍କର ପଜିଟିଭ ଆସିଥିଲା। ପଜିଟିଭ କଥା ଶୁଣି ପରିବାର ଲୋକେ ବେଶ୍ ଚିନ୍ତିତ ହୋଇପଡିଥିଲେ। କିନ୍ତୁ ବିରନ୍ଦୀଙ୍କ ଦୃଢ ମନୋବଳ ହେତୁ ସେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଘରକୁ ଫେରିବା ପରେ ସ୍ୱାଧିନତା ସଂଗ୍ରାମୀ ବିରନ୍ଦୀ ଚନ୍ଦ ଗୋଠୀ ସମସ୍ତଙ୍କୁ ଗୋଟିଏ କଥା କହୁଛନ୍ତି ଯେ, କରୋନାକୁ ଡର ନାହିଁ, ବରଂ ଦୃଢତାର ସହ ସାମ୍ନା କର ।
The post କରୋନା ଯୁଦ୍ଧରେ ବିଜୟୀ ହେଲେ ୧୦୪ବର୍ଷର ସ୍ୱାଧୀନତା ସଂଗ୍ରାମୀ first appeared on Sambad.from ବିଶେଷ | Sambad https://ift.tt/3eBmxzB
0 Comments