
ନୂଆଦିଲ୍ଳୀ: ମହାମାରୀ କରୋନା ଏବେ ଚହଳ ସୃଷ୍ଟି କରିଥିବା ବେଳେ ଅନେକ ଲୋକ କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ୍ ନଯାଇ ଏବେ ଘରେ ପୃଥକବାସରେ ରହୁଛନ୍ତି। ଘରେ ମଧ୍ୟ ସତର୍କତାର ଆବଶ୍ୟକତା ରହିଛି। ତାମାନେ ନୁହେଁ ଯେ ବାହାରେ ଯେତିକି ସତର୍କ ରହିବାକୁ ପଡ଼ିବ ଘରେ ମଧ୍ୟ ଆମକୁୁ ସେତିକି ସତର୍କ ରହିବାକୁ ପଡ଼ିବ। କିଛି ପ୍ରଶ୍ନର ଉତ୍ତରରେ ଡାକ୍ତରମାନେ ଘରେ ରହିବା ବେଳେ କ’ଣ କରିବା ଓ କ’ଣ କରିବା ନାହିଁ ପରାମର୍ଶ ଦେଇଛନ୍ତି। ସେସବୁ ନିମ୍ନରେ ଉଲ୍ଲେଖ କରାଯାଇଛି।
ପ୍ରଶ୍ନ: ଏକୁଟିଆ ସମୟରେ ବି ଘରେ ମାସ୍କ ପିନ୍ଧିବା ଜରୁରୀ?
ଉତ୍ତର: ଆଦୌ ବି ନୁହେଁ। ମାସ୍କ କେବଳ ଅନ୍ୟକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଏ। ଏକୁଟିଆ ଥିଲେ ମାସ୍କ ପିନ୍ଧିବା ଅନାବଶ୍ୟକ।
ପ୍ରଶ୍ନ: ଗ୍ରୀଷ୍ମ ଋତୁରେ ଘରେ ଏସି ଲଗାଇ ବସିହେବ କି?
ଉତ୍ତର: ଆମର ପରାମର୍ଶ ହେଉଛି ପ୍ରାକୃତିକ ପବନ କରୋନା ସଂକ୍ରମିତଙ୍କ ପାଇଁ ବେଶି ଭଲ।
ପ୍ରଶ୍ନ: ମୋ ପରିବାର ଲୋକ ମୋଠାରୁ କିଛି ବି ନେବା ବେଳେ ଗ୍ଲୋବ୍ସ ପିନ୍ଧିବା ଜରୁରୀ କି?
ଉତ୍ତର: ହଁ ଜରୁରୀ।
ପ୍ରଶ୍ନ: ଘରେ ଗୋଟିଏ ଗାଧୁଆଘର ଥିଲେ କିପରି ବ୍ୟବହାର କରିବାକୁ ହେବ?
ଉତ୍ତର: ଆପଣଙ୍କୁ ପ୍ରତ୍ୟେକ ଥର ଗାଧୁଆଘରକୁ ଯିବା ପରେ ବିଶୋଧନ କରିବାକୁ ହେବ।
ପ୍ରଶ୍ନ: ମୋ କପଡ଼ାକୁ ଗୋଟାଏ ମେସିନ୍ରେ ସଫା କରିହେବ କି?
ଉତ୍ତର: ନାଇଁ, କପଡ଼ା ପୃଥକ ଭାବେ ସଫା କରିବା ଉଚିତ।
ପ୍ରଶ୍ନ: ମୋ ବାସନ ମୋତେ ଧୋଇବାକୁ ହେବ କି?
ଉତ୍ତର: ହଁ, ଯଦି ଆପଣ କରୋନା ସଂକ୍ରମିତ ତେବେ ନିଜ ବାସନ ନିଜେ ଧୋଇବେ।
ପ୍ରଶ୍ନ: ପୃଥକବାସରେ ଥିବା ବେଳେ ମୁଁ ବାଲ୍କୋନିକୁ ଯାଇପାରିବି?
ଉତ୍ତର: ନାଁ, ରହୁଥିବା ଗୃହ ଛଡ଼ା ଅନ୍ୟ କୁଆଡ଼କୁ ବି ନୁହେଁ।
ପ୍ରଶ୍ନ: ଲାପ୍ଟପ୍ ଓ ଫୋନ୍ ପରି ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀର ବ୍ୟବହାର କରିପାରିବି କି?
ଉତ୍ତର: ହଁ।
The post ଜାଣନ୍ତୁ କରୋନା ସଂକ୍ରମିତ ହୋଇ ପୃଥକବାସରେ ରହିଲେ କ’ଣ କରିବେ ଓ କ’ଣ କରିବେ ନାହିଁ? first appeared on Sambad.from ବିଶେଷ | Sambad https://ift.tt/3tVnYiC
0 Comments