ଡାକ୍ତରଖାନା ଜଳୁଥିଲେ ବି ସର୍ଜରୀ ଜାରି ରଖିଲେ ଡାକ୍ତରୀ ଟିମ୍ , ଜୀବନକୁ ବାଜି ଲଗାଇ ରୋଗୀକୁ ବଞ୍ଚାଇଲେ

ନୂଆଦିଲ୍ଲୀ: ଜଳୁଥିଲା ଡାକ୍ତରଖାନା। ଜୀବନ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡ଼ୁଥିଲେ ଲୋକେ। ସମସ୍ତେ ନିଜକୁୁ ଏବଂ ନିଜ ପରିବାରବର୍ଗଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା ଚଳାଉଥିବା ବେଳେ ଅପରେସନ ଥିଏଟରରେ ଜଣେ ରୋଗୀର ଜୀବନ ବଞ୍ଚାଇବାର ପ୍ରୟାସ କରୁଥିଲେ ଡାକ୍ତରୀ ଟିମ୍। ଡାକ୍ତରଖାନାରେ ନିଆଁ ଲାଗିଥିବା ଜାଣି ମଧ୍ୟ ଜୀବନକୁ ବାଜି ଲଗାଇଥିଲେ ସର୍ଜରୀ କରୁଥିବା ଟିମ। ବାରମ୍ବାର ଡାକ୍ତରଖାନା ବାହାରକୁ ଆସିବା ପାଇଁ ଡାକ୍ତରୀ ଟିମକୁ କୁହାଯାଇଥିଲେ ମଧ୍ୟ ସେମାନେ ନିଜ ଜୀବନକୁ ଖାତିର ନକରି ସର୍ଜରୀ ଜାରି ରଖିଥିଲେ। ଶେଷରେ ଡାକ୍ତରଙ୍କ ଉଦ୍ୟମ ପାଇଁ ଅପରେସନ ଥିଏଟରରେ ଥିବା ରୋଗୀଙ୍କ ଜୀବନ ବଞ୍ଚିପାରିଥିଲା।

russia hospital fire
aajtak

ଏ ଘଟଣାଟି ଘଟିଛି ଋଷରେ। ଡାକ୍ତରମାନେ ଜଣେ ରୋଗୀଙ୍କର ଓପନ ହାର୍ଟ ସର୍ଜରୀ କରୁଥିବା ବେଳେ ହଠାତ୍ ଡାକ୍ତରଖାନାରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ। ହେଲେ ସର୍ଜରୀ ଆରମ୍ଭ ହୋଇଯାଇଥିବାରୁ ସେମାନେ ଅଧାରୁ ସର୍ଜରୀ ବନ୍ଦ ନକରିବାକୁ ନିଷ୍ପତ୍ତି ନେଇଥିଲେ। ଋଷର ଜରୁରୀକାଳିନ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରି କହିଛି ଯେ, ୮ଜଣ ଡାକ୍ତର ଏବଂ ନର୍ସଙ୍କ ଏକ ଟିମ୍ ରୋଗୀଙ୍କର ଓପନ ହାର୍ଟ ସର୍ଜରୀ କରିଥିଲେ। ନିଆଁ ଲାଗିଥିବା ଜାଣି ସେମାନେ ନିଆଁର ସ୍ଥିତି ବିଷୟରେ ସୂଚନା ନେବା ସହ ସର୍ଜରୀକୁ ଜାରି ରଖିଥିଲେ। ସର୍ଜରୀ ପରେ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

The post ଡାକ୍ତରଖାନା ଜଳୁଥିଲେ ବି ସର୍ଜରୀ ଜାରି ରଖିଲେ ଡାକ୍ତରୀ ଟିମ୍ , ଜୀବନକୁ ବାଜି ଲଗାଇ ରୋଗୀକୁ ବଞ୍ଚାଇଲେ first appeared on Sambad.

from ବିଶେଷ | Sambad https://ift.tt/3mfpNUJ

Post a Comment

0 Comments