
ବିଶ୍ବର ବିଭିନ୍ନ ଅଞ୍ଚଳରେ ବୃଦ୍ଧ-ବୃଦ୍ଧାଙ୍କ ପାଇଁ ଅବସର ଗୃହ ଥିବା ଜଣାଯାଏ। ତେବେ, ବୁଢ଼ୀ ବିଲେଇ ଓ ବୁଢ଼ା ଭୁଆଙ୍କ ପାଇଁ ଅବସର ଗୃହ ଥିବା ଜାଣନ୍ତି କି? ହଁ, ଏ ଭଳି ଏକ ଗୃହ ରହିଛି ଇ˚ଲଣ୍ତ୍ର ଲିଂକନ୍ସାୟାର ଅନ୍ତର୍ଗତ ଅସ୍ଗଡ୍ବିରେ। ସେଠାରେ ପ୍ରାୟ ତିନି ଶହଟି ବୟସ୍କ ବିରାଡ଼ି, ନିଜ ନିଜର ଶେଷ ଜୀବନ ଆରାମରେ କାଟୁଛନ୍ତି। ଏହା ବିରାଡ଼ିଙ୍କ ପାଇଁ ବିଶ୍ବର ପ୍ରଥମ ଅବସର ଗୃହ।
ସାତ ଏକର ଜମି ଉପରେ ଏହି ଘର ତିଆରି କରାଯାଇଛି। ପ୍ରତ୍ୟେକ କୋଠରିର ଝରକା ଦକ୍ଷିଣ-ମୁହାଁ। କାରଣ, ଦକ୍ଷିଣରୁ ଖରା ପଡ଼େ; ଆଉ ବିରାଡ଼ିମାନେ ଖରା ପୁଇଁବାକୁ ଭଲପାଆନ୍ତି। ତିନିଟି ବୈଠକଖାନାରେ ରୁମ୍ ହିଟର ଲାଗିଛି। ଖଟ, ସୋଫା ଆଦି ପଡ଼ିଛି। ବିରାଡ଼ିଙ୍କ ରୁଚି ଅନୁଯାୟୀ ଭଳିକି ଭଳି ଆମିଷ, ନିରାମିଷ ଭୋଜନ ଯୋଗାଇଦିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଯେଉଁମାନେ ବୟସ ହୋଇଯାଇଥିବା ପୋଷା ବିଲେଇ ଘରେ ରଖିବାକୁ ଚାହୁଁନାହାନ୍ତି, ସେମାନେ ନିଜର ବିଲେଇଙ୍କୁ ଆଣି ଅସ୍ଗଡ୍ବିରେ ଛାଡ଼ୁଛନ୍ତି। ଏଥି ପାଇଁ ଏକକାଳୀନ ୮୫୦ ପାଉଣ୍ଡ୍ ଦେବାକୁ ପଡ଼ୁଛି।
The post ବିରାଡ଼ିଙ୍କ ପାଇଁ ଅବସର ଗୃହ first appeared on Sambad.from ବିଶେଷ | Sambad https://ift.tt/3mgQFU9
0 Comments