ନୂଆଦିଲ୍ଲୀ: ୩ଟି ଗୁପ୍ତାଙ୍ଗ ସହ ଜନ୍ମ ନେଲା ଶିଶୁ। ଚିକିତ୍ସା ଇତିହାସରେ ପ୍ରଥମ ଥର ବୋଲି କହିଲେ ପ୍ରସବ କରାଇଥିବା ଡାକ୍ତର। ବିଶ୍ବରେ ପୂର୍ବରୁ ଏଭଳି ଘଟଣା ଘଟି ନଥିବା ଦାବି କରିଛନ୍ତି ଇରାକର ଡାକ୍ତର। ଇରାକରେ ଶିଶୁ ପୁତ୍ରଟି ୩ଟି ଗୁପ୍ତାଙ୍ଗ ସହ ଜନ୍ମ ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଶିଶୁଟି ଜନ୍ମ ହେବାର ତିନି ମାସ ପରେ ଗୁପ୍ତାଙ୍ଗ ଫୁଲୁଥିବା ଦେଖି ଶିଶୁର ମାତାପିତା ତାକୁ ଡାକ୍ତରଖାନା ଆଣିଥିଲେ। ଡାକ୍ତର ପରୀକ୍ଷା କରିବା ପରେ ଶିଶୁଟି ଶରୀରରେ ଅନ୍ୟ ଦୁଇଟି ଗୁପ୍ତାଙ୍ଗ ବଢ଼ୁଥିବା ଜାଣିବାକୁ ପାଇଥିଲେ ଡାକ୍ତର। ଶିଶୁଟିର ପରିବାରରେ ଏଭଳି ବିରଳ ସମସ୍ୟା କାହାର ହୋଇନଥିବା ବେଳେ ଗର୍ଭରେ ଥିବା ସମୟରେ ମଧ୍ୟ ଶିଶୁଟିର ମା’ କୌଣସି ରସାୟନିକ ସେବନ କରିନଥିଲେ ବୋଲି ଡାକ୍ତର କହିଛନ୍ତି। ତେବେ ଅଧିକ ପରୀକ୍ଷା କରିବା ପରେ ଅତିରିକ୍ତ ଲିଙ୍ଗରେ ମୂତ୍ରାଶୟ ନଥିବା ଜଣାପଡ଼ିବାରୁ ଅସ୍ତ୍ରୋପଚାର କରାଯାଇ ଅତିରିକ୍ତ ଲିଙ୍ଗକୁ କାଢ଼ିଦିଆଯାଇଥିବା କହିଛନ୍ତି ଚିକିତ୍ସା କରୁଥିବାା ଡାକ୍ତର। ତେବେ ଏଭଳି ୩ଟି ଗୁପ୍ତାଙ୍ଗ ସହ ଜନ୍ମ ନେବା ବିଶ୍ବରେ ପ୍ରଥମ ବୋଲି ଡାକ୍ତର ଦାବି କହିଛନ୍ତି।
The post ବିଶ୍ବରେ ପ୍ରଥମ : ୩ଟି ଗୁପ୍ତାଙ୍ଗ ସହ ଜନ୍ମ ନେଲା ଶିଶୁ ପୁତ୍ର first appeared on Sambad.from ବିଶେଷ | Sambad https://ift.tt/3dzGPbY
0 Comments