ହୃଦୟସ୍ପର୍ଶୀ ଭିଡିଓ : ଗରିବ ଶିଶୁଟିକୁ ଦେଖନ୍ତୁ, କିପରି ବାରବୁଲା କୁକୁରକୁ କରୁଛି ଆଲିଙ୍ଗନ

ନୂଆଦିଲ୍ଲୀ: ଅନେକ ସମୟରେ ପିଲାମାନଙ୍କ ନୀରିହତା ଦେଖି ମନ ଭାବବିହ୍ବଳ ହୋଇଯାଇଥାଏ। ବେଳେବେଳେ ପିଲାମାନେ ତାଙ୍କ ନିର୍ମଳ ହୃଦୟରୁ ଏମିତି କିଛି କାମ କରି ଥାଆନ୍ତି ଯାହାକି ଆପଣଙ୍କ ହୃଦୟକୁ ଛୁଇଁଯିବ। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଛୋଟ ଛୁଆଟି ରାସ୍ତାରେ ବୁଲୁଛି। ଏହି ସମୟରେ ଏକ କୁକୁର ଛୁଆକୁ ଦେଖି କୋଳକୁ ଉଠାଇ ନେଇ ଆଲିଙ୍ଗନ କରି ପକାଉଛି। ଏହି ଭିଡିଓ ଲୋକମାନଙ୍କୁ ବେଶ ପସନ୍ଦ ଆସୁଛି।

ଭିଡିଓଟି ଦିଲ୍ଲୀର କନ୍ନର୍ଟ ପ୍ଲେସ ନିକଟସ୍ଥ ଅଞ୍ଚଳର ବୋଲି ଜଣାପଡ଼ିଛି। କନ୍ନର୍ଟ ପ୍ଲେସ ଫୁଟପାଥ ପାର୍ଶ୍ବରେ ଶିଶୁଟି ଅପରିଷ୍କାର ଓ ଛିଣ୍ଡା ପୋଷାକ ପିନ୍ଧିଛି। ଆଉ ସେ ସେଠାରେ ଏକ କୁକୁରକୁ ଦେଖି ତାକୁ କାଖେଇ ଆଲିଙ୍ଗନ କରିବା ସହିତ ଖୁଆଇ ବି ଦେଉଛି। ନୀରିହ ଶିଶୁଟିର ଏଭଳି କାର୍ଯ୍ୟକଳାପ ଦେଖି ମନ ଭିତରୁ କୋହ ଉଠି ଆସୁଛି।

 

 

View this post on Instagram

 

A post shared by Rupesh Singh (@kumarrupesh335)

ରାସ୍ତାରେ ଶିଶୁର ଏଭଳି କାମ ଦେଖି କେହି ଜଣେ ଘଟଣାର ଦୃଶ୍ୟକୁ କୈଦ କରି ନେଇଥିଲେ। ରୁପେଶ କୁମାର ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଭିଡିଓ ସେୟାର କରିବାର କିଛିଦିନ ମଧ୍ୟରେ ଏହାକୁ ୭୦ହଜାରରୁ ଅଧିକ ଲାଇକ୍ ମିଳି ସାରିଛି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

The post ହୃଦୟସ୍ପର୍ଶୀ ଭିଡିଓ : ଗରିବ ଶିଶୁଟିକୁ ଦେଖନ୍ତୁ, କିପରି ବାରବୁଲା କୁକୁରକୁ କରୁଛି ଆଲିଙ୍ଗନ first appeared on Sambad.

from ବିଶେଷ | Sambad https://ift.tt/3wK2nvm

Post a Comment

0 Comments