ଦୁର୍ଘଟଣାର ଶିକାର ହେବା ପରେ ବିବାହ ପାଇଁ ବ୍ୟାଣ୍ଡେଜ୍ ବନ୍ଧା ଅବସ୍ଥାରେ କନ୍ୟା ଘରେ ପହଞ୍ଚିଲେ ବର

ନୂଆଦିଲ୍ଲୀ: ନିଜନିଜ ବିବାହକୁ ନେଇ ବର-କନ୍ୟା ଖୁବ ଉତ୍ସାହିତ ଥାଆନ୍ତି। ବିବାହ ତାରିଖ ସ୍ଥିର ହେବା ପରେ କିପରି ଏହି ଦିନ ଅଧିକରୁ ଅଧିକ ସୁନ୍ଦର ଦେଖାଯିବେ ସେ ପ୍ରସ୍ତୁତିରେ ଲାଗି ପଡ଼ି ଥାଆନ୍ତି। ବିବାହ ସମୟରେ କନ୍ୟା ଦାମିକା ଲହେଙ୍ଗା ବା ଶାଢ଼ି ପିନ୍ଧିଥିବା ବେଳେ ବର ସେରୱାନି ପାଇଜାମା ପିନ୍ଧି ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ନିକଟରେ ଏକ ବିବାହ ଉତ୍ସବରେ ବରଙ୍କୁ ବ୍ୟାଣ୍ଡେଜଗୁଡ଼ାଇ ହୋଇ ମଞ୍ଚ ଉପ‌ରେ ବସିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଜଣେ ବର-କନ୍ୟାଙ୍କ ଏକ ବିବାହ ଫଟୋ ଭାଇରାଲ ହୋଇଛି।

ବର କ୍ଷତାକ୍ତ ହୋଇ ବ୍ୟାଣ୍ଡେଜ ଗୁଡ଼ାଇ ହୋଇ ବସିଥିବା ବେଳେ କନ୍ୟା ସୁନ୍ଦର ଲେହେଙ୍ଗା ପିନ୍ଧି ମଞ୍ଚ ଉପରେ ବସିଛି । ଏଭଳି ଏକ ଘଟଣା ଇଣ୍ଡୋନେସିଆରେ ଆୟୋଜିତ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଛି। ପୂର୍ବ ଜାଭା ଅଞ୍ଚଳରେ ବାସ କରୁଥିବା ସୁପ୍ରାପ୍ତୋ ନାମକ ଯୁବକଙ୍କର ବିବାହର ୪ଦିନ ପୂର୍ବରୁ ଦୁର୍ଘଟଣା ଘଟିଥିଲା। ଏଥିରେ ତାଙ୍କର ହାତ ଭାଙ୍ଗିଯିବା ସହିତ ଦେହର ଅନେକ ସ୍ଥାନ ଖଣ୍ଡିଆଖାବରା ହୋଇଯାଇଥିଲା।

ବିବାହ ତାରିଖ ସ୍ଥିର ହୋଇଯିବା ସହିତ ଅତିଥିମାନଙ୍କୁ ବି ନିମନ୍ତ୍ରଣ ଦିଆ ସାରିଥିଲା। ମଣ୍ଡପ ବୁକ ହେବା ସହିତ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିଲା। ଏଭଳି ପରିସ୍ଥିତିରେ ବିବାହ ତାରିଖ ଘୁଞ୍ଚାଇବା ସମ୍ଭବ ନଥିଲା। ତେଣୁ ବର ଦୁର୍ଘଟଣାର ଶିକାର ହେବାପରେ ବିି  ହାତ ଓ ଗୋଡ଼ରେ ବ୍ୟାଣ୍ଡେଜଗୁଡ଼ାଇ ହୋଇ ବିବାହ ପାଇଁ କନ୍ୟା ଘରେ ପହଞ୍ଚିଥିଲେ।

ଏହି ଫଟୋ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟାରେ କହୁଛନ୍ତି, ଏତେ ବି କ’ଣ ଦରକାର ଥିଲା। ବର ସୁସ୍ଥ ହୋଇଥିଲେ ବିବାହ କରିଥିଲେ କ’ଣ ହୋଇ ନଥାଆନ୍ତା।

The post ଦୁର୍ଘଟଣାର ଶିକାର ହେବା ପରେ ବିବାହ ପାଇଁ ବ୍ୟାଣ୍ଡେଜ୍ ବନ୍ଧା ଅବସ୍ଥାରେ କନ୍ୟା ଘରେ ପହଞ୍ଚିଲେ ବର first appeared on Sambad.

from ବିଶେଷ | Sambad https://ift.tt/3wFiE4L

Post a Comment

0 Comments