ଭାଇରାଲ୍‌ ଫଟୋରେ ମୁସଲମାନ୍ ଯୁବକ ଜଣକ ମୋଦୀଙ୍କ କାନରେ କ’ଣ କହୁଛନ୍ତି ?

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜଣେ ଯୁବକଙ୍କ ଫଟୋ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ପଶ୍ଚିମବଙ୍ଗ ରାଲି ସମୟରେ ପ୍ରଧାନମନ୍ତ୍ରୀଙ୍କ କାନରେ ଯୁବକ ଜଣକ କିଛି କହୁଥିବାର ଦୃଶ୍ୟ ଦେଖିବାକୁ ମିିଳିଛି। ସମସ୍ତଙ୍କ ମନରେ ସେଇ ଗୋଟାଏ ପ୍ରଶ୍ନ, ଯୁବକ ଜଣକ ‌ମୋଦୀଙ୍କ କାନରେ କ’ଣ କହୁଥିଲେ?

ଭାଇରାଲ୍‌ ହୋଇଥିବା ଯୁବକଙ୍କ ନାମ ଜୁଲ୍‌ଫିକର୍‌ ଅଲ୍ଲୀ। ତାଙ୍କୁ ଯେତେବେଳେ ପଚରାଗଲା କି ସେ ମୋଦୀଙ୍କ କାନରେ କ’ଣ କହୁଛନ୍ତି ବୋଲି। ଯୁବକ ଜଣକ ଉତ୍ତର ଦେଇଛନ୍ତି ଯେ ସେ ମୋଦୀଙ୍କୁ ତାଙ୍କ ସହ ଗୋଟାଏ ଫଟୋ ଉଠାଇବା ପାଇଁ ନିବେଦନ କରୁଥିଲେ।

ସ୍କଲ୍‌ କ୍ୟାପ୍‌ ପିନ୍ଧି ମୋଦୀଙ୍କ ସହ ଫଟୋରେ ଭାଇରାଲ୍‌ ହୋଇଥିବା ଏହି ବ୍ୟକ୍ତି ଜଣକ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି କି, ‘ହଁ ସେ ଫଟୋରେ ମୁଁ ହିଁ ଥିଲି। ମୁଁ ଦୀର୍ଘ ବର୍ଷ ଧରି ବିଜେପି ସହ ଜଡ଼ିତ। ମାତ୍ର ମୁଁ କଦାପି କଳ୍ପନା କରିନଥିଲି ‌ଯେ ମୁଁ ମୋଦୀଙ୍କୁ ଏପରି ଭାବେ ସାମ୍ନାରେ ଦେଖିବି ବୋଲି। ପଶ୍ଚିମବଙ୍ଗର ସୋନାରପୁର ସଭାରେ ଯେତେବେଳେ ମୋଦୀ ପହଞ୍ଚିଲେ ମୁଁ ତାଙ୍କୁ ସାଲ୍ୟୁଟ୍‌ କଲି ଓ ସେ ବି ମୋତେ ସାଲ୍ୟୁଟ୍‌ କଲେ। ଭାଇରାଲ୍‌ ହୋଇଥିବା ଫଟୋରେ ମୁଁ ତାଙ୍କୁ କାନରେ ମୋ ସହ ଏକ ଫଟୋ ଉଠାଇବା ପାଇଁ କହୁଥିଲି। ଏହାବ୍ୟତୀତ ମୁଁ ବିଜେପିରୁ ଏକ ବିଧାୟକ ଟିକେଟ୍‌ ପାଇଁ ମଧ୍ୟ ମୋଦୀଜୀଙ୍କୁ କହୁଥିଲି। ‌ତା’ପରେ ସେ ମୋ ସହ ଫଟୋ ଉଠାଇଥିଲେ।’

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସ୍କଲ୍‌ କ୍ୟାପ୍‌ ପିନ୍ଧିଥିବା ଜଣେ ଯୁବକଙ୍କ ଫଟୋ ଭାଇରାଲ୍‌ ହେବା ପରେ ବିରୋଧୀମାନେ ଏହି ଫଟୋକୁ ନେଇ ମିମ୍‌ ବନାଇବା ଆରମ୍ଭ କରି ଦେଇଥିଲେ। ମୋଦୀଙ୍କ କାନରେ ସ୍କଲ୍‌ କ୍ୟାପ୍‌ ପିନ୍ଧା ଯୁବକ ଜଣକ କ’ଣ କହୁଥିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ନିକଟରେ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ଯୁବକ ଜଣକ ସମସ୍ତଙ୍କ ସନ୍ଦେହ ମୋଚନ କରିଛନ୍ତି।

The post ଭାଇରାଲ୍‌ ଫଟୋରେ ମୁସଲମାନ୍ ଯୁବକ ଜଣକ ମୋଦୀଙ୍କ କାନରେ କ’ଣ କହୁଛନ୍ତି ? first appeared on Sambad.

from ବିଶେଷ | Sambad https://ift.tt/3mxT50V

Post a Comment

0 Comments