ପାରାକୁ ପାଣି ପିଆଉଥିବା ବେଳେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଲା କୁନି ବାଳକ, ଛୁଟିଲା ପ୍ରଶଂସାର ସୁଅ

ନୂଆଦିଲ୍ଳୀ: ଇଣ୍ଟରନେଟ୍‌ରେ ଆପଣ ପୂର୍ବରୁ ଅନେକ ମଜାଦାର ଭିଡିଓ ଦେଖିଥି‌ବେ। ନିକଟରେ ଏକ ଶିଶୁର ଭିଡିଓ ଖୁବ୍ ଜୋର୍‌ରେ ‌ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ କୁନି ଶିଶୁ ଜଣକ ଏକ ପାରାକୁ ପାଣି ପିଆଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ନିକଟରେ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ବିଟର୍‌ ପେଜ୍‌ରେ ଶିଶୁଟିର ମହାନତାକୁ ପ୍ରଶଂସା କରି ଭିଡିଓଟିକୁ ସେୟାର୍‌ କରିଛନ୍ତି। ପ୍ରଥମେ ଏହି ଭିଡିଓଟିକୁ ପ୍ରିୟମ୍ବଦା ନାମ୍ନୀ ଜଣେ ଟ୍ବିଟର୍‌ ବ୍ୟବହାରକାରୀ ତାଙ୍କ ‌ଟ୍ବିଟର୍‌ ପେଜ୍‌ରେ ପୋଷ୍ଟ୍‌ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦ ତାଙ୍କ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି।

ଭିଡିଓଟି ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆ‌ରେ ଶିଶୁଟିର ଭୂରି ଭୂରି ପ୍ରଶଂସା ହେବାରେ ଲାଗିଛି। ଶିଶୁଟି ଭିତ‌ରେ ଏହି ଦୟା ମନୋଭାବ ପାଇଁ ‌ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତା’ର ଅଭିଭାବକଙ୍କ ପାଳନପୋଷଣକୁ ମଧ୍ୟ ପ୍ରଶଂସା କରିଛନ୍ତି।

 

The post ପାରାକୁ ପାଣି ପିଆଉଥିବା ବେଳେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଲା କୁନି ବାଳକ, ଛୁଟିଲା ପ୍ରଶଂସାର ସୁଅ first appeared on Sambad.

from ବିଶେଷ | Sambad https://ift.tt/2Q2ehQP

Post a Comment

0 Comments