ପ୍ରତି ସଂଧ୍ୟା ୭ଟାରେ ପୁଣି ଥରେ ପ୍ରସାରିତ ହେବାକୁ ଯାଉଛି ରାମାନନ୍ଦ ସାଗରଙ୍କ ‘ରାମାୟଣ’

ନୂଆଦିଲ୍ଲୀ: ଗତବର୍ଷ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ ପାଲଟିଥିଲା ରାମାନନ୍ଦ ସାଗରଙ୍କ ସୋ’ ‘ରାମାୟଣ’ ଏବଂ ବିଆର୍‌ ଚୋପ୍ରାଙ୍କ ‘ମହାଭାରତ’। ୮୦ ଓ ୯୦ ଦଶକର ଏହି ସା’ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଗତବର୍ଷ ଡିଡି ନେସ୍‌ନାଲ୍‌ରେ ପୁଣି ଥରେ ପ୍ରସାରିତ କରାଯାଇଥିଲା। ଆପଣ ଜାଣିଲେ ଖୁସି ହେବେ ଯେ ଜନସାଧାରଣଙ୍କ ଦାବି(ପବ୍ଲିକ୍‌ ଡିମାଣ୍ଡ୍‌)କୁ ସମ୍ମାନ ଦେଇ ‘ରାମାୟଣ’କୁ ପୁଣି ଥରେ ପ୍ରସାରିତ କରିବାର ନିଷ୍ପତ୍ତି ନିଆଯାଇଛି।

ଏଣିକି ପ୍ରତ୍ୟେକ ଦିନ ସଂଧ୍ୟା ୭ଟାରେ ଷ୍ଟାର୍‌ ଭାରତରେ ଏହି ସୋ’କୁ ପ୍ରସାରଣ କରାଯିବ ବୋଲି ସୂଚନା ରହିଛି। ଷ୍ଟାର୍‌ ଭାରତର ଅଫିସିଆଲ୍‌ ଟ୍ବିଟର୍‌ ପେଜ୍‌ରେ ଏ ନେଇ ଘୋଷଣା କରାଯାଇଛି।

ଗତବର୍ଷ ଲକ୍‌ଡାଉନ୍‌ ସମୟରେ ‘ରାମାୟଣ’, ‘ମହାଭାରତ’ ପରି ‘ଓମ୍‌ ନମଃ ଶିବାୟ’, ‘ବିଷ୍ଣୁ ପୁରାଣ’ ପରି ପୌରାଣିକ ଧାରାବାହିକଗୁଡ଼ିକ ପୁଣି ଥରେ ପ୍ରସାରିତ ହୋଇଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତବର୍ଷ ଲକ୍‌ଡାଉନ୍‌ରେ ରାମାୟଣ ପ୍ରସାରଣ ହେବା ସମୟରେ ଦୂରଦର୍ଶନର ଟିଆର୍‌ପି ସର୍ବାଧିକ ରହିଥିଲା। ଏହି ସୋ’କୁ ଅନେକ ଦର୍ଶକ ଦେଖିବା ସହ ଏହାକୁ ପୁଣି ଥରେ ପ୍ରସାରଣ କରିବାକୁ ନିବେଦନ କରିଥିଲେ।

The post ପ୍ରତି ସଂଧ୍ୟା ୭ଟାରେ ପୁଣି ଥରେ ପ୍ରସାରିତ ହେବାକୁ ଯାଉଛି ରାମାନନ୍ଦ ସାଗରଙ୍କ ‘ରାମାୟଣ’ first appeared on Sambad.

from ବିଶେଷ | Sambad https://ift.tt/3siBTxN

Post a Comment

0 Comments