
ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମଣ ଏକ ପ୍ରକାର ଭୟ ସୃଷ୍ଟି କରିଛି। କରୋନା ପୁଣି ଥରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି। ହସ୍ପିଟାଲରେ ବି କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ବି ଭାବବିହ୍ବଳ ହୋଇଯିବେ। ଏଥିସହିତ ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ କରୋନା ଯୋଦ୍ଧା ଭାବେ ଆଗ ଧାଡ଼ିରେ ଛିଡ଼ା ହୋଇ ଲୋକଙ୍କୁ ସେବା ଯୋଗାଉଥିବା ଡାକ୍ତରଙ୍କ ପ୍ରଶଂସା ବି କରିବେ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଏସ ଅଫିସର ଦୀପାଂଶୁ କାବ୍ରା ସେୟାର କରିଛନ୍ତି। ଏହି ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, କେବଳ ରୋଗୀଙ୍କ ଚିକିତ୍ସା କରୁଛନ୍ତି ତାହା ନୁହେଁ, ପରିବାର ସଦସ୍ୟ ଭଳି ଭଲ ପାଇବା ଓ ସ୍ନେହ ବି ଦେଉଛନ୍ତି ଆମର କରୋନା ଯୋଦ୍ଧା ।
केवल उपचार नहीं कर रहे, परिवार का प्यार भी बांट रहे हैं हमारे #CoronaWarriors.
गीर सोमनाथ ज़िले के हेल्थ वर्कर का यह वीडियो मन को छू गया. मेडिकल टीम बेहद तनावपूर्ण माहौल में मानवता की सेवा कर रही है.
घर पर रहें, #CoronaCases औऱ ना बढ़ने देकर हम उनकी सच्ची सहायता कर सकते हैं. pic.twitter.com/1E4YVDwLq1— Dipanshu Kabra (@ipskabra) April 12, 2021
ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କରୋନା ପୀଡିତ ମହିଳା ହସ୍ପିଟାଲ ବିଛଣାରେ ବସିଛନ୍ତି। ସେହି ସମୟରେ ତାଙ୍କ ସାମ୍ନାରେ ଜଣେ ଡାକ୍ତର ପିପିଇ କିଟ ପିନ୍ଧି ମହିଳାଙ୍କୁ ବ୍ୟାୟାମ କରାଇବା ଶିଖାଉଛନ୍ତି। ମହିଳା ବି ବ୍ୟାୟାମ କରୁଛନ୍ତି। କିଛି ସମୟ ପରେ ଡାକ୍ତର ମହିଳାଙ୍କ କେଶ ସଜାଡ଼ି କୁଣ୍ଡାଇ ଦେବା ସହିତ ବାନ୍ଧି ଦେଉଥିବା ବି ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଏଯାବତ ୨୨ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି। ଲୋକମାନେ ଏହି ଡାକ୍ତରଙ୍କ ଭୁରିଭୁରି ପ୍ରଶଂସା କରୁଛନ୍ତି।
The post ରୋଗୀଙ୍କ ଚିକିତ୍ସା କରିବା ସହିତ କେଶ କୁଣ୍ଡାଇ ବାନ୍ଧି ଦେଉଛନ୍ତି ଡାକ୍ତର first appeared on Sambad.from ବିଶେଷ | Sambad https://ift.tt/3dg9Sm4
0 Comments