୧୦୪ ବର୍ଷର ମହିଳା ଦୁଇଥର କରୋନାକୁ ହରାଇବା ପରେ ହସ୍ପିଟାଲ କର୍ମଚାରୀ ତାଳି ମାରି ଖୁସି ବ୍ୟକ୍ତକଲେ

ନୂଆଦିଲ୍ଲୀ:  ଦେଶରେ କରୋନା ଟିକାଦାନ ଅଭିଯାନ ଜାରି ରହିଛି। ଏହାରି ଭିତରେ ପୁଣି ଥରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଭୟ ସୃଷ୍ଟି କରିଛି। ତେବେ ଟିକା ନେବା ପରେ ବି ସାବଧାନତା ଅବଲମ୍ବନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ଏହି ସଂକ୍ରମଣର ଅଧିକ ପ୍ରଭାବ ବୃଦ୍ଧବୃଦ୍ଧାଙ୍କ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି।

ଏଭଳି ପରିସ୍ଥିତିରେ ଜଣେ ୧୦୪ ବର୍ଷର ବୃଦ୍ଧା କରୋନାକୁ ଦ୍ବିତୀୟ ଥର ହରାଇବା ଏକ ଭଲ ଖବର ବୋଲି କୁହାଯାଉଛି। ଉକ୍ତ ବୃଦ୍ଧାଙ୍କ ନାମ କାରମେନ ହର୍ଣ୍ଣାନଦେଜ। ସେ ଆମେରିକାର କଲମ୍ବିଆରେ ବସବାସ କରନ୍ତି। ଲୋକମାନେ କରୋନା ସଂକ୍ରମିତ ହେଲେ ଭୟଭୀତ ହୋଇ ନିରାଶ ହୋଇଯାଉଥିବା ବେଳେ କାରମେନ୍ ଥରେ ନୁହେଁ ଦୁଇଥର କରୋନା ଭାଇରସକୁ ହରାଇଛନ୍ତି।

ନିକଟରେ ଉକ୍ତ ବୃଦ୍ଧାଙ୍କ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ କାରମେନ ଏକ ଷ୍ଟ୍ରେଚରରେ ଶୋଇ ଯାଉଛନ୍ତି। ଆଉ ହସ୍ପିଟାଲ କର୍ମଚାରୀ ତାଳି ବଜାଇ ତାଙ୍କୁ ଘରକୁ ପଠାଉଛନ୍ତି। ସେ ୨୧ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଲୋକମାନଙ୍କୁ ଏହି ଭିଡିଓ ବହୁତ ସାହସ ଦେଉଛି।

ଏହା ପୂର୍ବରୁ କାରମେନଙ୍କୁ ଗତବର୍ଷ ଜୁନରେ କରୋନା  ହୋଇଥିଲା। ସେ ଏଥିରୁ ସୁସ୍ଥ ହୋଇଯାଇଥିଲେ। କାରମେନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ, ଦ୍ବିତୀୟଥର କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ତାଙ୍କ ଘରେ ଚାଲୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି ଆଉ ହସ୍ପିଟାଲରୁ ଛୁଟି ହୋଇ ଘରକୁ ଯାଇଛନ୍ତି।

ଲୋକମାନେ ବି ଟୁଇଟରରେ ତାଙ୍କ ଆତ୍ମବିଶ୍ବାସ ବଢ଼ାଇଛନ୍ତି। ଲୋକମାନେ କହୁଛନ୍ତି କି କରୋନା ସଂକ୍ରମଣ ସମୟରେ ସାାବଧାନତା ଅବଲମ୍ବନ କରନ୍ତୁ। ନିଜେ ବଞ୍ଚନ୍ତୁ ଓ ଦୁନିଆକୁ ବଞ୍ଚାନ୍ତୁ।

The post ୧୦୪ ବର୍ଷର ମହିଳା ଦୁଇଥର କରୋନାକୁ ହରାଇବା ପରେ ହସ୍ପିଟାଲ କର୍ମଚାରୀ ତାଳି ମାରି ଖୁସି ବ୍ୟକ୍ତକଲେ first appeared on Sambad.

from ବିଶେଷ | Sambad https://ift.tt/3uCicCv

Post a Comment

0 Comments