ଗୋଟିଏ ପୁଅକୁ ବାହା ହେବାକୁ ଜିଦ ଧରି ଥାନାରେ ପହଞ୍ଚିଲେ ଦୁଇଭଉଣୀ !

ମେରଠ: ଜଣେ ପୁଅକୁ ଦୁଇଭଉଣୀ ବିବାହ କରିବା ଘଟଣା ଆମେ କୌଣସି ଧାରାବାହିକ ବା ସିନେମାରେ ଦେଖିବାକୁ ପାଇଛୁ। କିନ୍ତୁ ଏମିତି ଏକ ବାସ୍ତବ ଘଟଣା ଉତ୍ତରପ୍ରଦେଶର ମେରଠରେ ଦେଖିବାକୁ ମିଳିଛି।

ମେରଠ ଅଞ୍ଚଳର ଦୁଇ ନାବାଳିକା ଭଉଣୀ ଘରୁ ଫେରାର ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଉଭୟ ନାବାଳିକା ଜଣେ ପୁଅକୁ ଭଲ ପାଉଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଛନ୍ତି ବୋଲି ପୁଲିସ ନିକଟରେ ଗୁହାରି କରିଥିଲେ ।

ପୁଲିସ ବି ଦୁଇ ଭଉଣୀଙ୍କ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଉଭୟଙ୍କୁ ବହୁ ସମୟ ଧରି ବୁଝାଇବାକୁ ଚେଷ୍ଟା କରିଥିଲା କି ଏବେ ସିନା ଦୁଇ ଭଉଣୀ ଜଣଙ୍କୁ ବିବାହ କରିବ ବୋଲି ସ୍ଥିର କରିଛ କିନ୍ତୁ ଭବିଷ୍ୟତରେ ଏହାକୁ ନେଇ ବହୁ ଅସୁବିଧା ହେବ।

ଦୁଇ ଭଉଣୀ କିନ୍ତୁ ପୁଲିସର କଥା ଶୁଣିବାକୁ ନାରାଜ ଥିଲେ। ଦୁହେଁ କହିଛନ୍ତି ସେମାନେ ଭଲପାଉଥିବା ଯୁବକଙ୍କ ସହିତ ଯଦି ତାଙ୍କ ବିବାହ ନହୁଏ ତେବେ ସେମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ବି ଉଠାଇ ପାରନ୍ତି।

ଦୁଇ ଭଉଣୀଙ୍କ ଠାରୁ ଏଭଳି କଥା ଶୁଣିବା ପରେ ପୁଲିସ ସେମାନଙ୍କ ପରିବାର ସଦସ୍ୟଙ୍କୁ ଫୋନ କରି ପୂରା ଘଟଣା ସଂପର୍କରେ ଜଣାଇଥିଲା। ପୁଲିସ ଥାନାରୁ ‌ଫୋନ ଯିବା ପରେ ସଂପର୍କୀୟ ଓ ପରିବାର ଲୋକେ ସଙ୍ଗେସଙ୍ଗେ ଗଙ୍ଗନଗର ଥାନାରେ ପହଞ୍ଚିଥିଲେ । ଥାନାରେ ବୁଝାସୁଝା ପରେ ଦୁଇ ନାବାଳିକା ଭଉଣୀଙ୍କୁ ଘରକୁ ପଠାଇ ଦିଆଯାଇଛି।

The post ଗୋଟିଏ ପୁଅକୁ ବାହା ହେବାକୁ ଜିଦ ଧରି ଥାନାରେ ପହଞ୍ଚିଲେ ଦୁଇଭଉଣୀ ! first appeared on Sambad.

from ବିଶେଷ | Sambad https://ift.tt/3wH1nID

Post a Comment

0 Comments