
ନୂଆଦିଲ୍ଲୀ: ଆଜିକାଲିର ଶିଶୁ ପାଠପଢ଼ିବା ସହିତ ନୃତ୍ୟ କରିବା, ଗୀତା ଗାଇବା, ଖେଳିବା ଆଦି ସବୁଥିରେ ସେମାନେ ଧୁରନ୍ଦର। ନିକଟରେ ଜଣେ ୫ବର୍ଷର ଶିଶୁ ୧୦୫ମିନିଟରେ ୩୬ଟି ପୁସ୍ତକ ପଢ଼ି କମାଲ ଦେଖାଇଛି। ତାର ନାମ ଦୁଇ-ଦୁଇଟି ୱାଲର୍ଡ ରେକର୍ଡରେ ସାମିଲ ହୋଇଛି।
ଉକ୍ତ ଶିଶୁଟିର ନାମ କିୟାରା କୌର। କିୟାର ଭାରତୀୟ-ଆମେରିକୀୟ। ସେ ନିକଟରେ ୧୦୫ ମିନିଟରେ ୩୬ଟି ପୁସ୍ତକ ପଢ଼ି ଚର୍ଚ୍ଚାରେ ରହିଛି। ଏଥିସହିତ ଲଣ୍ଡନ ୱାଲର୍ଡ ବୁକ ଅଫ ରେକର୍ଡସ ଓ ଏସିୟା ବୁକ ଅଫ ରେକର୍ଡସରେ ତାର ନାମ ସାମିଲ ହୋଇଛି। କିୟାରଙ୍କ ବୟସ ମାତ୍ର ୫ବର୍ଷ ହେବ। ଫେବ୍ରୁଆରି ୧୩ ତାରିଖରେ ସେ ଗୋଟିଏ ପରେ ଗୋଟିଏ ଏପରି ୩୬ଟି ପୁସ୍ତକ ପଢ଼ି ଦେଇଥିଲା। ଆଉ ଏହି ପୁସ୍ତକ ପଢ଼ିବାକୁ ତାକୁ ୧୦୫ ମିନିଟିର ସମୟ ଲାଗିଥିଲା।

ଏସିଆ ବୁକ ଅଫ ରେକଡର୍ସରେ ଏଯାବତ ସେମାନଙ୍କ ନଜରରେ ଏମିତି କୌଣସି ଶିଶୁର ନାମ ସାମ୍ନାକୁ ଆସି ନଥିଲା। ଯିଏକି ଏତେ କମ ସମୟରେ ୩୦ରୁ ଊର୍ଧ୍ବ ପୁସ୍ତକ ପଢ଼ି ପାରିବ। ଯେଉଁ କାରଣ ପାଇଁ କିୟାରା ରେକର୍ଡ ସୃଷ୍ଟି କରିଛି। କିୟାରାଙ୍କ ଏଭଳି ଟ୍ୟାଲେଣ୍ଟ ଦେଖି ତାଙ୍କୁ ‘ୱାଣ୍ଡର ଚାଇଲ୍ଡ’ ବୋଲି ବି କୁହାଯାଉଛି।
କିୟାରାଙ୍କ ପିତା ଚେନ୍ନାଇରେ ରହୁଥିବା ବେଳେ ତାଙ୍କ ଜନ୍ମ ଆମେରିକାରେ ହୋଇଥିଲା। କିୟାରା ବର୍ଷକ ଭିତରେ ୨୦୦ରୁ ଅଧିକ ପୁସ୍ତକ ପଢ଼ି ସାରିଲାଣି। କିୟାରାର ସ୍ବପ୍ନ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବା।
The post ୫ବର୍ଷର ଶିଶୁ ୧୦୫ ମିନିଟରେ ୩୬ଟି ପୁସ୍ତକ ପଢ଼ି କଲା ରେକର୍ଡ first appeared on Sambad.from ବିଶେଷ | Sambad https://ift.tt/2Qjte0v
0 Comments