ଏଟିଏମ ମେସିନ ପାଖରେ ବସି ପାଠପଢ଼ୁଥିବା ସିକ୍ୟୁରିଟି ଗାର୍ଡକୁ ଦେଖି ଆଇଏଏସ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଛି ଯାହାକି ଦର୍ଶକଙ୍କୁ ବହୁ ପସନ୍ଦ ଆସିବା ସହିତ ଭାଇରାଲ ହୋଇଯାଇଥାଏ। ନିକଟରେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଭାବୁକ ହୋଇଯିବେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଏଟିଏମ୍ ମେସିନ୍ ପାଖରେ ବସି ପାଠପଢ଼ୁଥିବା ସହିତ ନିଜ କର୍ତ୍ତବ୍ୟ ପାଳନ କରୁଥିବା ଦେଖିବାକୁ ମିଳୁଛି।

ଏହି ଫଟୋକୁ ଆଇଏଏସ୍ ଅଧିକାରୀ ଅୱନୀଶ ଶରଣ ଟ୍ୱିଟରରେ ସେୟାର କରିଛନ୍ତି। ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ନିଆଁ ଯେଉଁଠି ବି ଥାଉ, କିନ୍ତୁ ଜଳିବା ଦରକାର।’

 

ଏହି ଫଟୋରେ ଆପଣ ଦେଖିପାରିବେ କିପରି ଜଣେ ସୁରକ୍ଷାକର୍ମୀ ଏଟିଏମ୍ ମେସିନ୍ ନିକଟରେ ବସି ପାଠପଢ଼ୁଛନ୍ତି। ତାଙ୍କୁ ଦେଖି ଅନୁମାନ କରାଯାଇପାରୁଛି କି ତାଙ୍କ ଭିତରେ କିଛି କରିବାର ଆଗ୍ରହ ରହିଛି।

ଏହି ଫଟୋକୁ ଏପର୍ଯ୍ୟନ୍ତ ୮ହଜାରରୁ ଅଧିକ ଲାଇକ୍ ମିଳିଛି। ଲୋକମାନେ ସୁରକ୍ଷାକର୍ମୀଙ୍କୁ ବହୁ ପ୍ରଶଂସା କରିବା ସହିତ ପ୍ରେରଣାଦାୟକ କଥା ବି କହିଛନ୍ତି।

 

The post ଏଟିଏମ ମେସିନ ପାଖରେ ବସି ପାଠପଢ଼ୁଥିବା ସିକ୍ୟୁରିଟି ଗାର୍ଡକୁ ଦେଖି ଆଇଏଏସ ଦେଲେ ଏଭଳି ପ୍ରତିକ୍ରିୟା first appeared on Sambad.

from ବିଶେଷ | Sambad https://ift.tt/3wM2xCz

Post a Comment

0 Comments