ନିଜ ଜୀବନକୁ ବାଜି ଲଗାଇ ଶିଶୁକୁ ବଞ୍ଚାଇଥିଲେ ରେଳବାଇର କର୍ମଚାରୀ, ଏବେ ମିଳିବ ବାଇକ ଉପହାର

ନୂଆଦିଲ୍ଲୀ: ଭାରତୀୟ ରେଳର କର୍ମଚାରୀ ମୟୁର ସେ‌ଲକେ ନିଜ ଜୀବନକୁ ବାଜି ଲଗାଇ ଜଣେ ଛୋଟ ଛୁଆର ଜୀବନ ବଞ୍ଚାଇଥିଲେ । ସେ ରେଳବାଇରେ ଜଣେ ପଏଣ୍ଟମ୍ୟାନ ଭାବେ କାମ କରନ୍ତି।

ନିକଟରେ ସେ ରେଳଧାରଣାରେ ଖସି ପଡ଼ିଥିବା ଶିଶୁକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଏହି ଘଟଣାର ଏକ ସିସିଟିଭି ଫୁଟେଜ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓ ଜାୱା ମୋଟରସାଇକେଲ କମ୍ପାନିର ମାଲିକ ତଥା ନିର୍ଦେଶକ ଅନୁପମ ଥରେଜାଙ୍କ ଆଖିରେ ପଡ଼ିଥିଲା। ସେ ମୟୁରଙ୍କ ନିସ୍ବାର୍ଥପର କାମକୁ ଭୁରିଭୁରି ପ୍ରଶଂସା କରିଥିଲେ। ଏଥିସହିତ ମୟୁରଙ୍କୁ ଏକ ମୋଟରସାଇକେଲ ଉପହାର ଦେବ ବୋଲି କହିଛନ୍ତି। ଜାୱା ପରିବାର କୋଣଅନୁକୋଣରୁ ବାସ୍ତବ ହିରୋଙ୍କୁ ଚିହ୍ନି ସେମାନଙ୍କୁ ସମ୍ମାନିତ କରିଥାଏ।

ମୟୂର ସେଲକେ ରେଳବାଇରେ ପଏଣ୍ଟମ୍ୟାନ୍ ଭାବରେ କାମ କରନ୍ତି । ଏପ୍ରିଲ ୧୭ ତାରିଖରେ ଭଙ୍ଗାନି ରେଳ ଷ୍ଟେସନରେ ଶିଶୁଟିଏ ରେଳଧାରଣାରେ ଖସି ପଡ଼ିଥିଲା। ସେ ଏହା ଦେଖିବା ପରେ ନିଜ ଜୀବନକୁ ଖାତିର ନ କରି ଶିଶୁର ଜୀବନ ରକ୍ଷା କରିଥିଲେ। ଏଭଳି କାମକୁ ଦେଖି କେନ୍ଦ୍ରୀୟ ରେଳ ଅଧିକାରୀମାନେ ସେଲକେଙ୍କ ସାହସକୁ ପ୍ରଶଂସା କରିବା ସହ ସାହସୀ ରେଳ କର୍ମଚାରୀଙ୍କ ପାଇଁ ୫୦,୦୦୦ ଟଙ୍କା ନଗଦ ପୁରସ୍କାର ଘୋଷଣା କରିଥିଲେ।

ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି, ମୟୁର ସେଲକେଙ୍କ ପାଖରେ ୟୁନିଫର୍ମ କି କ୍ୟାପ୍ ନ ଥିଲା, କିନ୍ତୁ ସେ କୌଣସି ଫିଲ୍ମର ସୁପରହିରୋ ଅପେକ୍ଷା ଅଧିକ ସାହସ ପ୍ରଦର୍ଶନ କରିଥିଲେ।

The post ନିଜ ଜୀବନକୁ ବାଜି ଲଗାଇ ଶିଶୁକୁ ବଞ୍ଚାଇଥିଲେ ରେଳବାଇର କର୍ମଚାରୀ, ଏବେ ମିଳିବ ବାଇକ ଉପହାର first appeared on Sambad.

from ବିଶେଷ | Sambad https://ift.tt/3xbP7jn

Post a Comment

0 Comments