ସିଭିଲ ଇଞ୍ଜିନିୟରରୁ କବାଡ଼ିବାଲା, ମାସକୁ ରୋଜଗାର କରୁଛନ୍ତି ୭୦ହଜାର

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ବହୁସଂଖ୍ୟକ ଲୋକ ଚାକିରି ହରାଇଛନ୍ତି । ଏହି କାରଣରୁ, ସମଗ୍ର ବିଶ୍ୱରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ବିପର୍ଯ୍ୟୟରୁ ସୁଯୋଗ ଖୋଜିଛନ୍ତି ଏବଂ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆସନ୍ତି ଲ‌କ୍ଷ୍ମୌର ୨୯ ବର୍ଷିୟ ଓମ୍ ପ୍ରକାଶ ପ୍ରଜାପତି।

ଓମ୍ ପ୍ରକାଶ ସର୍ବଦା ନିଜର କିଛି ବ୍ୟବସାୟ କରିବାକୁ ଚାହିଁଥିଲେ। କିନ୍ତୁ ଚାକିରି ଛାଡ଼ି ବ୍ୟବସାୟ କରିବାକୁ ସାହସ ଜୁଟାଇ ପାରୁ ନ ଥିଲେ।

ଓମ ପ୍ରକାଶ କହିଛନ୍ତି, “ମୁଁ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛି। ଡିପ୍ଲୋମା ‌ଶେଷ ହେବାପରେ, କିଛି ଦିନ ଲ‌କ୍ଷ୍ମୌର ଏକ କମ୍ପାନିରେ କାମ କରିବା ପରେ ବନାରସର କାମ କରୁଥିଲି। ସେଠାରେ ମୁଁ  ୩୦ହଜାର ଟଙ୍କା ରୋଜଗାର କରୁଥିଲି।’’

Civil Engineer

ଗତ ବର୍ଷ ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ଆରମ୍ଭ ହେବା ପୂର୍ବରୁ ଓମ ପ୍ରକାଶ ଛୁଟିରେ ଘରକୁ ଆସି ଯାଇଥିଲେ। ଏହି ସମୟକୁ ସେ ନଷ୍ଟ ନ କରି ନିଜର କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ। ଜୁନ୍ ୨୦୨୦ରେ ସେ ତାଙ୍କର ଷ୍ଟାର୍ଟଅପ୍ ‘ଲକ୍ଷ୍ମୌ କବାଡ଼ିବାଲା’ ଆରମ୍ଭ କରିଥିଲେ ଏବଂ ବିଭିନ୍ନ ପ୍ରକାରର ରଦ୍ଦି ସାମଗ୍ରୀ କିଣି ତାକୁ ବିକ୍ରି କରିବା ଆରମ୍ଭ କରିଥିଲେ।

ଏହି ବ୍ୟବସାୟ ଆରମ୍ଭ କରିବା ସହିତ ସେ  ତିନି ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି। ସମ୍ପ୍ରତି ଓମ୍ ପ୍ରକାଶଙ୍କ ରୋଜଗାର ମାସକୁ ପ୍ରାୟ ୭୦ହଜାର ଟଙ୍କା ପାଖାପାଖି ହୋଇଯାଉଛି। ପ୍ରାରମ୍ଭରେ ସେ କ୍ଷତି ସହିଥିଲେ, କିନ୍ତୁ ତାଙ୍କ ପରିବାର ତାଙ୍କୁ ସବୁବେଳେ ସମର୍ଥନ କରି ଆସିଥିଲେ। ଫଳରେ ସେ ଜଣେ ସଫଳ ବ୍ୟବସାୟୀ ବନିବାରେ ସମର୍ଥ ହୋଇଥିଲେ।

The post ସିଭିଲ ଇଞ୍ଜିନିୟରରୁ କବାଡ଼ିବାଲା, ମାସକୁ ରୋଜଗାର କରୁଛନ୍ତି ୭୦ହଜାର first appeared on Sambad.

from ବିଶେଷ | Sambad https://ift.tt/3xggwAI

Post a Comment

0 Comments