ବେଲଚାରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ!

ରୁଷିଆ ଏକ ଧନୀ ରାଷ୍ଟ୍ର ହେଲେ ମଧ୍ୟ ସେଠାରେ ଗରିବଙ୍କ ସ˚ଖ୍ୟା କିଛି କମ୍‌ ନୁହେଁ। ଆମ ଦେଶ ଭଳି ସେଠାରେ ମଧ୍ୟ ରାସ୍ତା କଡ଼ରେ ଗରିବଙ୍କୁ ମାଗଣା ଭୋଜନ ଦିଆଯାଏ। ଭୋଜନ ପ୍ରସ୍ତୁତି ପଦ୍ଧତି ଅନେକ ସମୟରେ ଅରୁଚିକର। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲୁହା ବେଲଚାରେ ରାସ୍ତା କଡ଼ରେ ଓମ୍‌ଲେଟ୍‌, ପାନ୍‌କେକ୍‌, ବ୍ଲିନି ଆଦି ପ୍ରସ୍ତୁତ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। କିନ୍ତୁ, ଭୋକିଲାଙ୍କର ଏହାକୁ ଖାତର ନାହିଁ। ପେଟ ଖାଲି, ମାଗଣା ମିଳୁଛି, ଖାଦ୍ୟ ବେଶ୍‌ ସ୍ବାଦିଷ୍ଠ। ତେଣୁ, ଖାଇବାକୁ ଠେଲାପେଲା! ଏହା ଅନେକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ବ୍ୟଥିତ କରୁଛି। ବ୍ୟଥିତ ନ କରିବ ବା କେମିତି! ଏହି ରାଷ୍ଟ୍ର ଏକ ଅପ୍ରତିଦ୍ବନ୍ଦ୍ବୀ ବିଶ୍ବ-ଶକ୍ତି ଭାବେ ଗଣାଯାଉଛି।

Meduza
The post ବେଲଚାରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ! first appeared on Sambad.

from ବିଶେଷ | Sambad https://ift.tt/31Lvdxj

Post a Comment

0 Comments