୩ ମାସର ଗର୍ଭଧାରଣ ପରେ ପୁଣି ଥରେ ଗର୍ଭବତୀ ହୋଇ ଯାଆଁଳା ପିଲା ଜନ୍ମଦେଲେ ମହିଳା

ନୂଆଦିଲ୍ଳୀ: ଇଂଲଣ୍ଡରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । ଜଣେ ମହିଳା ୩ ସପ୍ତାହର ଗର୍ଭବତୀ ଥିବା ବେଳେ ପୁଣି ଥରେ ଗର୍ଭବତୀ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ଏହା ଆପଣଙ୍କୁ ଅସମ୍ଭବ ମନେ ହେବା ସ୍ବାଭାବିକ, ମାତ୍ର କଥାଟି ସତ। ମହିଳା ଜଣକ କେବଳ ଏପରି ଗର୍ଭଧାରଣ କରିନାହାନ୍ତି, ବରଂ ନିଆରା ‘ସୁପର୍‌ ଟ୍ବିନ୍ସ’ଙ୍କୁ ଜନ୍ମ ଦେଇ ସେ ଏବେ ଚର୍ଚ୍ଚିତ ପାଲଟିଛନ୍ତି ମଧ୍ୟ। ମହିଳାଙ୍କର ଏହି ଯାଆଁଳା ସନ୍ତାନ ଏକାଦିନରେ ଜନ୍ମ ହୋଇଥିବା ସୂଚନା ରହିଛି।

ରିବିକା ରୋବର୍ଟ ଓ ତାଙ୍କ ସ୍ବାମୀ ଦୀର୍ଘ ବର୍ଷ ଧରି ସନ୍ତାନଟିଏ ପାଇଁ ଚେଷ୍ଟା କରି ଆସୁଥିଲେ। ଏପରି ଗୋଟାଏ ପରେ ଗୋଟାଏ ହୋଇ ଏକା ସାଥିରେ ଦୁଇ ଜଣ ସନ୍ତାନ ଲାଭ ହେବା ଘଟଣାରେ ସେ ଦୁହେଁ ବେଶ୍‌ ଅନନ୍ଦିତ।

 

ଯେତେବେଳେ ତାଙ୍କର ୧୨ ସପ୍ତାହର ଗର୍ଭଧାରଣ ସମୟରେ ଡାକ୍ତର ତାଙ୍କର  ଅଲ୍‌ଟ୍ରାସାଉଣ୍ଡ୍‌ କରି ପୁଣି ଗର୍ଭଧାରଣର ଖବର ଦେଲେ ତାହା ସେ ଦମ୍ପତିଙ୍କ ପାଇଁ ବେଶ୍‌ ଆଶ୍ଚର୍ଯ୍ୟଜନକ  ଥିଲା।

ଡାକ୍ତର ପ୍ରାରମ୍ଭରୁ ଚିକିତ୍ସା କରି ତାଙ୍କ ଦ୍ବିତୀୟ ପିଲାର ଜିଇଁବା ନେଇ ସନ୍ଦେହ ପ୍ରକଟ କରିଥିଲେ। ମାତ୍ର ‌ଶେଷରେ ଚମତ୍କାର ଘଟିଛି। ଏହି ଦୁଇ ଭାଗ୍ୟବାନ୍‌ ଦମ୍ପତି ଏକ ପୁତ୍ର ଓ ଏକ କନ୍ୟା ସନ୍ତାନର ଜନକ-ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

The post ୩ ମାସର ଗର୍ଭଧାରଣ ପରେ ପୁଣି ଥରେ ଗର୍ଭବତୀ ହୋଇ ଯାଆଁଳା ପିଲା ଜନ୍ମଦେଲେ ମହିଳା first appeared on Sambad.

from ବିଶେଷ | Sambad https://ift.tt/39C2ejD

Post a Comment

0 Comments