ଫୋନରେ କଥା ହୋଇ ମହିଳାଙ୍କୁ ଏକାସାଙ୍ଗରେ କରୋନା ଟିକାର ଦୁଇଟି ଡୋଜ ଦେଇଦେଲେ ନର୍ସ

କାନପୁର ଡେହାଟ: କରୋନା ଟିକାର ଗୋଟେ ଡୋଜ ନେବାକୁ ଯାଇଥିଲେ, ନର୍ସ ଦେଇଦେଲେ ଦୁଇଟି ଡୋଜ। ଫୋନରେ କଥା ହେବାରେ ବ୍ୟସ୍ତ ଥିବାରୁ ନର୍ସ ଭୁଲବଶତଃ ଗୋଟେ ପରିବର୍ତ୍ତେ ଦୁଇଟି ଡୋଜ ଦେଇ‌ ଦେଇଥିବା ଜଣାପଡ଼ିଛି। ଘଟଣାଟି ଉତ୍ତରପ୍ରଦେଶର କାନପୁର ଡେହାଟରେ ଥିବା ଅକବରପୁର ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଯେତେବେଳେ ମହିଳାଜଣଙ୍କ ନର୍ସଙ୍କୁ ଦୁଇଟି ଇଞ୍ଜେକ୍ସନ ବିଷୟରେ ପଚାରିଥିଲେ, ସେ କ୍ଷମା ମାଗିବା ପରିବର୍ତ୍ତେ ମହିଳାଙ୍କୁ ତାଗିଦ କରିଥିଲେ।

ମିଳିଥିବା ସୂଚନା ମମୁତାବକ, କମଲେଶ କୁମାରୀ ନାମକ ମହିଳା ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କୋଭିଡ-୧୯ ଟିକା ନେବାକୁ ଯାଇଥିଲେ। ପ୍ରୋଟୋକଲ୍ ଅନୁଯାୟୀ, ତାଙ୍କୁ ଆଜି ଟିକାର ଗୋଟିଏ ଡୋଜ୍ ଏବଂ କିଛି ସପ୍ତାହ ପରେ ପରବର୍ତ୍ତୀ ଡୋଜ ଦିଆଯିବା ଉଚିତ୍। କିିନ୍ତ ଟିକା ଦେଉଥିବା ନର୍ସଙ୍କ ଅସାବଧାନତା ପାଇଁ କମଲେଶଙ୍କୁ ଏକା ସାଙ୍ଗରେ ଦୁଇଟି ଡୋଜ ଦିଆଯାଇଥିବା ଜଣାପଡ଼ିଛି।

indiatoday

ଦୁଇଟି ଡୋଜ ପରେ କମ‌ଲେଶଙ୍କ ହାତ ଫୁଲିବାରୁ ତାଙ୍କ ପରିବାର ଲୋକେ ଆସି ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ପାଟିତୁଣ୍ଡ କରିବା ଆରମ୍ଭ କରିଥିଲେ। ଜିଲ୍ଲାପାଳ ଜିତେନ୍ଦ୍ର ପ୍ରତାପ ସିଂ ଏବିଷୟରେ ଜାଣିବ ପରେ କହିଛନ୍ତି ଯେ, ଅବହେଳାକୁ ମୁଁ ଗୁରୁତର ସହ ନେଇଛି। ମୁଖ୍ୟ ଚିକିତ୍ସା ଅଧିକାରୀ (ଜିଲ୍ଲାର)ଙ୍କୁ ଏହି ଘଟଣାର ଅନୁସନ୍ଧାନ କରିବାକୁ ଏବଂ ଏକ ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

The post ଫୋନରେ କଥା ହୋଇ ମହିଳାଙ୍କୁ ଏକାସାଙ୍ଗରେ କରୋନା ଟିକାର ଦୁଇଟି ଡୋଜ ଦେଇଦେଲେ ନର୍ସ first appeared on Sambad.

from ବିଶେଷ | Sambad https://ift.tt/3sQhhxP

Post a Comment

0 Comments