
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋରେ ଜଣେ ଯୁବତୀ ଓ ଶିଶୁ ପତ୍ରର ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଆଧାର କରି ଆଇପିଏସ ଅଫିସର ଆରକେ ବିଜ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି।
ଭାରତରେ କରୋନାଭାଇରସ ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲ ୯ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୧,୯୬୮ରେ ପହଞ୍ଚିଛି। ଦେଶର ଅନେକ ସହରରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଲୋକମାନଙ୍କୁ କରୋନା ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି।
Poor but not irresponsible.
#MaskUp #WearMask pic.twitter.com/cfUOv8EJpb
— RK Vij (@ipsvijrk) April 9, 2021
ଆଇପିଏସ ଅଫିସର ଆରକେ ବିଜ ସେୟାର କରିଥିବା ଫଟୋରେ ଜଣେ ଝିଅ ଶିଶୁକୁ କାଖେଇ ଥିବା ଦେଖିବାକୁ ମିଳୁଛି। ତାଙ୍କ ବେଶଭୂଷା ଦେଖି ଲାଗୁଛି କି ଦୁହେଁ ବହୁତ ଗରିବ। ମାସ୍କ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିବାରୁ ପତ୍ରକୁ ମାସ୍କ କରି ପିନ୍ଧିଛନ୍ତି। ଆଇପିଏସ ଅଫିସର ଆରକେ ବିଜ ଏହି ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି,‘ ଗରିବ ଅଟନ୍ତି, କିନ୍ତୁ ଅବହେଳା କରୁ ନାହାନ୍ତି…’
ଏହି ଫଟୋକୁ ସେ ଏପ୍ରିଲ ୯ ତାରିଖରେ ସେୟାର କରିଥିଲେ। ଯାହାକୁ ଏଯାବତ ୬୦୦ରୁ ଅଧିକ ଲାଇକ୍ସ ଓ ୬୦ରୁ ଅଧିକଥର ରି-ଟୁଇଟ କରାଯାଇଛି। ଲୋକମାନେ ଏହି ଟୁଇଟ ବହୁତ ପସନ୍ଦ କରିବା ସହିତ ଭଲ ପ୍ରତିକ୍ରିୟା ବି ଦେଉଛନ୍ତି।
The post ମାସ୍କ ପାଇଁ ଟଙ୍କା ନଥିବାରୁ ପତ୍ରକୁ ମାସ୍କ କରି ପିନ୍ଧିଲେ ଗରିବ first appeared on Sambad.from ବିଶେଷ | Sambad https://ift.tt/3t5g1qB

0 Comments