ଚୋରି ହୋଇଯାଇଛି ବିଶ୍ବର ସବୁଠାରୁ ବଡ଼ ଠେକୁଆ, ଖୋଜି ଆଣିଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ଠେକୁଆ ଚୋରି ହୋଇଯାଇଛି। ଏହି ଠେକୁଆର ନାମ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ଏହି ଘଟଣାଟି ୟୁକେରେ ଘଟିଛି। ଠେକୁଆ ଚୋରି ଘଟଣା ଅଭିଯୋଗ ହେବା ପରେ ପୁଲିସ ଖୋଜିବା ଆରମ୍ଭ କରିଦେଇଛି।

ଠେକୁଆ ମାଲିକଙ୍କ କହିବାନୁସାରେ, ଯିଏ ବି ତାଙ୍କ ହଜି ଯାଇଥିବା ଠେକୁଆକୁ ଖୋଜି ଆଣିବ ତାଙ୍କୁ ପୁରସ୍କାର ଦିଆଯିବ। ଗତ ଶନିବାର ରାତିର ଘଟଣା। କେତେ ଜଣ ଚୋର ଆସି ଏହି ଠେକୁଆକୁ ଚୋରାଇ ନେଇଥିଲେ। ୱେଷ୍ଟ ମର୍ସିୟା ପୁଲିସର କହିବାନୁସାରେ ‌ଚୋରି ହୋଇଯାଇଥିବା  ୧୨୯ସେଣ୍ଟିମିଟର ଲମ୍ବ ବିଶାଳ ଠେକୁଆ ନାମର ଡେରିୟସ। ତାର ଓଜନ ୨୨କିଲୋ ହୋଇଥିବା ବେଳେ ସେ ବର୍ଷକୁ ୪୦୦୦ଟି ଗାଜର ଖାଇଥାଏ।

୨୦୧୦ରେ ଏହି ଠେକୁଆକୁ ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ମିଳିଛି । ଡେରିୟସର ମାଲିକ ଏନେଟ ଏଡୱର୍ଡସ ଘୋଷଣା କରିଛନ୍ତି, ଚୋରକୁ ଯିଏ ଧରାଇ ଦେବ ତାକୁ ସେ ଏକଲକ୍ଷ ଟଙ୍କାରୁ ଊର୍ଧ୍ବ ପୁରସ୍କାର ମିଳିବ।

ଡେରିୟସ ଚୋରି ହେବା ଦିନଟି ଏଡୱର୍ଡସଙ୍କ ଲାଗି ସବୁଠାରୁ ଦୁଃଖର ଦିନ ଥିଲା। ଏଡୱର୍ଡସ କହିଛନ୍ତି, ‘‘ଯିଏ ବି ମୋ ଠେକୁଆକୁ ଚୋରି କରି ନେଇଛନ୍ତି ଦୟା କରି ତାକୁ ଫେରାଇ ଦିଅନ୍ତୁ। ତା’ ବିନା ମୁଁ ବଞ୍ଚି ପାରିବି ନାହିଁ। ମୁଁ ପ୍ରତିଦିନ ତାକୁ ପ୍ରତିଟି ମୁହୁର୍ତ୍ତ ଝୁରି ହେଉଛି।’’

ପୁଲିସ ଫୋନ ନମ୍ବର ଜାରି କରି ଠେକୁଆକୁ ଖୋଜି ଆଣିବା ପାଇଁ ଯାଞ୍ଚ କରୁଛି।

The post ଚୋରି ହୋଇଯାଇଛି ବିଶ୍ବର ସବୁଠାରୁ ବଡ଼ ଠେକୁଆ, ଖୋଜି ଆଣିଲେ ମିଳିବ ପୁରସ୍କାର first appeared on Sambad.

from ବିଶେଷ | Sambad https://ift.tt/3e3Uicl

Post a Comment

0 Comments