ହର୍ଷ ଗୋୟେଙ୍କା ଗାଣିତିକ ସୂତ୍ର ସେୟାର କରି ଲେଖିଛନ୍ତି, ଏଥିରେ ବୟସ ମିଶାନ୍ତୁ ଆଉ ପାଆନ୍ତୁ ମଜାଦାର ଉତ୍ତର

ନୂଆଦିଲ୍ଲୀ: ଆରପିଜି ଇଣ୍ଟରପ୍ରାଇଜର୍ସର ଅଧ୍ୟକ୍ଷ ତଥା ଶିଳ୍ପପତି ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ଏଥିର ସେ ଗଣିତର ଏକ ସୂତ୍ର ସେୟାର କରିଛନ୍ତି। ଯାହାକୁ ସମାଧାନ କରିବା ପରେ ମଜାଦାର ଉତ୍ତର ବାହାରୁଛି। ସୋସିଆଲ ମିଡିଆରେ ତାଙ୍କର ଏହି ଟୁଇଟ ଭାଇରାଲ ହେବାରେ ଲାଗିଛି।

ହର୍ଷ ଗୋୟେଙ୍କା ନିଜ ପୋଷ୍ଟରେ ଲେଖିଛନ୍ତି, ‘ଗଣିତର ସୂତ୍ର। ୨୫୯x୩୯x ଆପଣଙ୍କ ବୟସ=? ଆପଣଙ୍କୁ ମଜାଦାର ଉତ୍ତର ମିଳିବ। ଉଦାହରଣ ସ୍ବରୂପ, ଆପଣଙ୍କ ବୟସ ୩୦ବର୍ଷ। ତେବେ ଆପଣ ୨୫୯ ଗୁଣନ ୩୯ ଗୁଣନ ୩୦ କରିବେ। ତେବେ ଉତ୍ତର ପାଇବେ ୩୦୩୦୩୦। ସେହିପରି ୩୧ରେ କଲେ ଉତ୍ତର ଆସିବ ୩୧୩୧୩୧।

ଏହି ସୂତ୍ରର ସମାଧାନ କରି ଲୋକମାନେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ତେବେ କିଛି ଲୋକ ୯୯ବୟସ ମିଶାଇ ସୂତ୍ରରୁ ସମାଧାନ କରି ଉତ୍ତର ପାଇଥିବା ବେଳେ କେହିକେହି ବୟସ ୧୦୦ରେ ଗୁଣିଛନ୍ତି। ଏଠାରେ କିନ୍ତୁ ସଠିକ ଉତ୍ତର ଆସିନାହିଁ।

The post ହର୍ଷ ଗୋୟେଙ୍କା ଗାଣିତିକ ସୂତ୍ର ସେୟାର କରି ଲେଖିଛନ୍ତି, ଏଥିରେ ବୟସ ମିଶାନ୍ତୁ ଆଉ ପାଆନ୍ତୁ ମଜାଦାର ଉତ୍ତର first appeared on Sambad.

from ବିଶେଷ | Sambad https://ift.tt/3tzzMad

Post a Comment

0 Comments