ମହାରାଷ୍ଟ୍ରର ଲଜ୍‌ରୁ ୧୫ ବର୍ଷ ତଳେ ଧରା ପଡ଼ିଥିଲା ହାଇଦର

୨୦୦୫ ମେ ୩୧ ତାରିଖରେ ସେକ୍‌ ସୋଲେମାନ୍‌ର ସାନ ଭାଇ ସେକ୍‌ ଚୁନା ଓରଫ ମାଲିକ ହନାନକୁ ହାଇଦର‌ ସହଯୋଗୀ ହତ୍ୟା ପରେ ସୁଦାମ ଶତପଥୀ, ଟୁକୁ, ରୁମାନ୍‌, ବବୁଲ ଓ ଲାଲା କଟକ ଆଡ଼କୁ ଏକ ବୋଲେରୋ ଗାଡ଼ିରେ ପଳାଇ ଆସିଥିଲେ। କଟକରୁ କେନ୍ଦ୍ରାପଡ଼ା ଓ କେନ୍ଦ୍ରାପଡ଼ାରୁ ବସ୍‌ ଯୋଗେ ସମ୍ବଲପୁର ଆଡ଼କୁ ଚମ୍ପଟ୍‌ ମାରିଥିଲେ। ସମ୍ବଲପୁରରୁ ୩୦୪ କିମି ଦୂର ଛତିଶଗଡ଼ର ଭିଲ୍ଲାଇ ସହର ଆଡ଼କୁ ଯାଇଥିଲେ। ଭିଲ୍ଲାଇରେ ପୂର୍ବରୁ ହାଇଦର ଓ ସହଯୋଗୀ ମୀର ଓ ଲାଲା ସେମାନଙ୍କୁ ଅପେକ୍ଷା କରିଥିଲେ। ସମସ୍ତେ ଏକାଠି ହୋଇ ମହାରାଷ୍ଟ୍ରର ନାଗପୁର ଆଡ଼କୁ ପଳାଇଥିଲେ। ସେହି ସମୟରେ ପୁଲିସ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡଖଣ୍ତ ଆଡ଼କୁ ବି ଯାଇଥିଲା। ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡ଼କୁ ହାଇଦର‌ ପଳାଇଥିବାର ସନ୍ଦେହ କରାଯାଉଥିଲା। ଏହ ହୋଟେଲ୍‌ରେ ହାଇଦର‌ ଥିବା ବେଳେ ଗିରଫ ହୋଇଥିଲା। ପୁଲିସ ହାଇଦର‌ ସମେତ ୬ ଜଣ ସହଯୋଗୀଙ୍କୁ ନାଗପୁରରୁ ୨୦୦୫, ଜୁନ ୮ ତାରିଖରେ ଗିରଫ କରି ଓଡ଼ିଶା ଆଣିଥିଲା। ଭୁବନେଶ୍ବର କମିସନରେଟ୍‌ ପୁଲିସର ଏକ ୧୧ ଜଣିଆ ଟିମ୍‌ ହାଇଦର‌କୁ ଗିରଫ କରିଥିଲା।

The post ମହାରାଷ୍ଟ୍ରର ଲଜ୍‌ରୁ ୧୫ ବର୍ଷ ତଳେ ଧରା ପଡ଼ିଥିଲା ହାଇଦର first appeared on Sambad.

from ବିଶେଷ | Sambad https://ift.tt/32m2AHh

Post a Comment

0 Comments