‌କୁକୁର ପେଟରୁ ବାହାରିଲା ଏୟାରପଡସ !

ନୂଆଦିଲ୍ଲୀ: ପୋଷା କୁକୁରଙ୍କୁ ନେଇ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଅନେକ ପ୍ରକାର ଖବର ଆସିଥାଏ। ନିକଟରେ ଏକ ପୋଷା କୁକୁର ଏୟାରପଡସ ଗିଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଉଛି କୁକୁର ପେଟରୁ ଏୟାରପଡସକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା ବେଳେ ଏଥିରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୋଇ ନଥିଲା।  ପୂର୍ବ ଭଳି ଏହା ଠିକଠାକ କାମ କରୁଥିଲା। ଯାହାକୁ ଦେଖି ଅସ୍ତ୍ରୋପଚାର କରୁଥିବା ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏଭଳି ଏକ ଅଦ୍ଭୁତ ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି। ରେଚେଲ ହୁକ ନାମକ ଜଣେ ଯୁବତୀଙ୍କ ପୋଷା କୁକୁର ଜିମି ଘରେ ‌ଖେଳୁଥିଲା। ଖେଳୁଥିବା ସମୟରେ କୁକୁରଟି ଏକ ବ୍ୟାଟେରୀ ଚାଳିତ ଏୟାରପଡସ ଗିଳି ଦେଇଥିଲା। ସୌଭାଗ୍ୟବଶତଃ ହୁକଙ୍କ ଆଖିରେ ଏହା ପଡ଼ି ଯାଇଥିଲା।

The dog, named Jimmy, spent the night in the hospital after surgery and the vet praised Hicks for being so proactive.

ହୁକ ତୁରନ୍ତ ଜିମିକୁ ନେଇ ହସ୍ପିଟାଲ ଦୌଡ଼ି ଥିଲେ। ଡାକ୍ତର କୁକୁରର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଅସ୍ତ୍ରୋପଚାର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି କୁକୁର ଏୟାରପଡସ ଗିଳି ଦେଇଥିବା ବେଳେ ପେଟର ଏହା ସକ୍ରିୟ ରହିଥିଲା। ଏମିତି କି ଏଥିରେ କୁକୁର ଦାନ୍ତର ଗୋଟିଏ ବି ଚିହ୍ନ ନଥିଲା। ଏଥିସହିତ କୁକୁର ବି କୌଣସି କ୍ଷତି ପହଞ୍ଚି ନାହିଁ।

ସଫଳତାର ସହ ଅସ୍ତ୍ରୋପଚାର କରି  ଡାକ୍ତର କୁକୁର ପେଟରୁ ଏୟାରପଡସ ବାହାର କରିଥିଲେ। ଚିକିତ୍ସା ପରେ କୁକୁର ସୁସ୍ଥ ଅଛି। ଆଉ ତାକୁ ହସ୍ପିଟାଲରୁ ଛୁଟି ମିଳି ଯାଇଛି।

The post ‌କୁକୁର ପେଟରୁ ବାହାରିଲା ଏୟାରପଡସ ! first appeared on Sambad.

from ବିଶେଷ | Sambad https://ift.tt/3v3T4Vo

Post a Comment

0 Comments