ନିଜେ ନପିନ୍ଧି କୁକୁରକୁ କାହିଁକି ମାସ୍କ ପିନ୍ଧାଇଛନ୍ତି ବୋଲି ପଚାରିବାରୁ ଗରିବ ବ୍ୟକ୍ତି ଜଣକ କହିଲେ ଏଭଳି କଥା…

ନୂଆଦିଲ୍ଲୀ: କରୋନା ଭାଇରସ ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ଦେଖି ସରକାର ପୁଣିଥରେ ଲୋକମାନଙ୍କୁ ମହାମାରୀ କରୋନା ପାଇଁ ସଚେତନ ରହିବାକୁ ପରାମର୍ଶ ଦେବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ଏମିତି କି ଯେଉଁମାନେ ମାସ୍କ ନପିନ୍ଧିବା ସମୟରେ ଧରାପଡ଼ନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜରିମାନା ବି ଆଦାୟ କରାଯିବା ନେଇ ସତର୍କ କରାଇ ଦିଆଯାଇଛି।

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ହସିହସି ବେଦମ ହୋଇଯିବେ। ମୋହନ ଲାଲା ନାମକ ଜଣେ ବ୍ୟକ୍ତି ମାସ୍କକୁ ନିଜେ ନପିନ୍ଧି କୁକୁରକୁ ପିନ୍ଧାଇଛନ୍ତି। ତେବେ ଏଦୃଶ୍ୟ ଦେଖି ଲୋକମାନେ ତାଙ୍କୁ ପଚାରିଥିଲେ ଏଭଳି ମାହାମାରୀ ସମୟରେ ତୁମେ ମାସ୍କ ନପିନ୍ଧି କୁକୁରକୁ ପିନ୍ଧାଇଛ କାହିଁକି?

ଏହାର ଉତ୍ତରରେ ଉକ୍ତ ଗରିବ ବ୍ୟକ୍ତି ଜଣକ କହିଥିଲେ, ମୁଁ ତ ଦିନେ ନା ଦିନେ ମରିଯିବି, କିନ୍ତୁ ୟାକୁ ମରିବାକୁ ଦେବି ନାହିଁ। ପିଲାଦିନରୁ ୟାକୁ ପାଳିଛି। ଇଏ ମୋର ସନ୍ତାନ।

 

ଇନଷ୍ଟାଗ୍ରାମ ଓ ଟୁଇଟରରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହାକୁ କହନ୍ତି ପଶୁଙ୍କ ପ୍ରତି ବାସ୍ତବ ପ୍ରେମ। ଆଉ ଜଣେ ଲେଖିଛନ୍ତି ଗରିବ ହେଲେ କ’ଣ ହେଲା ମନରୁ ଧନୀ। ତୃତୀୟ ଜଣେ ଲେଖିଛନ୍ତି, ଆପଣ ବି ଯଦି ମାସ୍କ ବ୍ୟବହାର କରି ନେବେ କୁକୁର ସହିତ ନିଜ ଜୀବନ ବି ରକ୍ଷା ପାଇଯିବ।

The post ନିଜେ ନପିନ୍ଧି କୁକୁରକୁ କାହିଁକି ମାସ୍କ ପିନ୍ଧାଇଛନ୍ତି ବୋଲି ପଚାରିବାରୁ ଗରିବ ବ୍ୟକ୍ତି ଜଣକ କହିଲେ ଏଭଳି କଥା… first appeared on Sambad.

from ବିଶେଷ | Sambad https://ift.tt/3egq0mL

Post a Comment

0 Comments